କନକ ବ୍ୟୁରୋ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନମ୍ବର ପ୍ଲେଟ୍କୁ ନେଇ ସାଧାରଣ ଲୋକେ ସମସ୍ୟାରେ । ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଚକିଆ ଗାଡିର ସ୍ଲଟ୍ ବୁକିଂ ଶେଷ ହୋଇଯାଇଛି । ଏବେ ସୁଦ୍ଧା ମାତ୍ର ୭ ଲକ୍ଷ ଗାଡିରେ ନମ୍ବର ପ୍ଲେଟ୍ ଲାଗି ପାରିଛି । ରାଜ୍ୟରେ ରହିଛି ମୋଟ୍ ୮୦ ଲକ୍ଷରୁ ଅଧିକ ଗାଡି । କେବେ ସୁଦ୍ଧା ବାକି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲାଗିପାରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପ୍ଟେମ୍ବର ୨୫ ସୁଦ୍ଧା ମାତ୍ର ୧୬ ଲକ୍ଷ ୭୮ ହଜାର ୧୬୩ ଗାଡିର ସ୍ଲଟ୍ ବୁକିଂ ହୋଇଛି ।

Advertisment

ମାତ୍ର ୭ ଲକ୍ଷ ୩୦ ହଜାର ୩୦୩ଟି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ଲାଗି ପାରିଛି । ୨୦୨୧ ଡିସେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ମାତ୍ର ୭ ଲକ୍ଷ ଗାଡିରେ ନମ୍ବର ପ୍ଲେଟ୍ ଲାଗିଛି । ୨୦୧୯ ଏପ୍ରିଲ ୧ରେ ପଞ୍ଜିକୃତ ହୋଇଥିବା ଗାଡି ପାଇଁ ସମୟ ସୀମା ସେପ୍ଟେମ୍ବର ୩୦ ରହିଛି । ସମସ୍ତ ଗାଡି ପାଇଁ ଚୂଡାନ୍ତ ସମୟସୀମା ଡିସେମ୍ବର ୩୧ ତାରିଖ । ଏବେ ସ୍ଲଟ୍ ବୁକିଂ ଗୁରୁତର ସମସ୍ୟା ହୋଇ ଛିଡା ହୋଇଛି । ନିର୍ଦ୍ଧାରିତ ତାରିଖ ପୂର୍ବରୁ ନମ୍ବର ପ୍ଲେଟ୍ ନଲଗାଇଲେ ଫାଇନ୍ ଦେବାକୁ ପଡ଼ିବ । ୫୦୦୦ରୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ ।

ଅଡୁଆ କରୁଛି ନୂଆ ନମ୍ବର ପ୍ଲେଟ୍

- ଦୁଇ ଚକିଆ ଗାଡ଼ି ପାଇଁ କାହିଁକି ମିଳୁନି ସ୍ଲଟ୍ ?
- ରାଜ୍ୟରେ ସୋ’ରୁମର ଅଭାବ ରହିଛି କି ?
- ଲୋକେ କେମିତି ଲଗାଇବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ?
- ୭୩ ଲକ୍ଷ ଗାଡିରେ ନମ୍ବର ପ୍ଲେଟ୍ କେବେ ସୁଦ୍ଧା ଲାଗିବ ?
- ଏତେ ସଂଖ୍ୟକ ଗାଡିରେ ନମ୍ବର ପ୍ଲେଟ୍ ଲଗାଇବାକୁ କେତେ ବର୍ଷ ଲାଗିବ ?
- ସ୍ଲଟ୍ ବୁକିଂ ପାଇଁ ସମୟସୀମା ବଢାଇବେ କି ସରକାର ?
- ଇଂଟରନେଟ୍ ସୁବିଧା ନଥିଲେ କେମିତି କରିବେ ବୁକିଂ ?