ଏପ୍ରିଲ୍ ପହିଲାରୁ କାରରେ ଲାଗିବ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍ ! ନୂଆ ଗାଡିରେ ଲାଗିବ ହାଇ-ସିକ୍ୟୁରିଟି ନମ୍ବର ଲେଖାଥିବା ପ୍ଲେଟ୍ ।

ଏପ୍ରିଲ୍ ପହିଲାରୁ କାରରେ ଲାଗିବ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍ ! ନୂଆ ଗାଡିରେ ଲାଗିବ ହାଇ-ସିକ୍ୟୁରିଟି ନମ୍ବର ଲେଖାଥିବା ପ୍ଲେଟ୍ ।

Patrika

୨୦୧୯ ଏପ୍ରିଲ୍ ମାସରୁ ବିକ୍ରି ପାଇଁ ଉଦ୍ଦିଷ୍ଟ ନୂଆ ଗାଡ଼ିରେ ହାଇ-ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି) ଲଗାଇବାକୁ ଡିଲରମାନଙ୍କୁ କୁହାଯାଇଛି। ଡିଲରମାନଙ୍କୁ ଗାଡ଼ି ଯୋଗାଇଦେବା ସମୟରେ ସେଥିସହ ଏଚଏସଆରପି ମଧ୍ୟ ଯୋଗାଇ ଦେଇବାକୁ ସଡ଼କ ପରିବହନ ମନ୍ତ୍ରାଳୟ ଅଟୋମୋବାଇଲ୍ ନିର୍ମାତାମାନଙ୍କୁ ନିର୍ଦେଶ ଦେଇଛନ୍ତି। ଗାଡ଼ି ବିକ୍ରୟ ପୂର୍ବରୁ ଡିଲରମାନେ ସମ୍ପୃକ୍ତ ନମ୍ବର ପ୍ଲେଟ୍ ଉକ୍ତ ଗାଡ଼ିରେ ଲଗାଇଥିବା ବାଧ୍ୟତାମୂଳକ ବୋଲି ମନ୍ତ୍ରାଳୟ କହିଛି।

publive-image

ଯାନବାହନ ନିର୍ମାତାମାନେ ତୃତୀୟ ରେଜିଷ୍ଟ୍ରେସନ୍ ମାର୍କ ମଧ୍ୟ ତିଆରି କରିବେ। ସେଥିରେ ଗାଡ଼ିରେ ବ୍ୟବହୃତ କଲର୍ କୋଡିଙ୍ଗ୍ ଥିବ। ଗାଡ଼ିଟି ସୋ’ରୁମ୍ ବାହାରକୁ ଆସିବା ପୂର୍ବରୁ ଏହାକୁ ସ୍ୱୀକୃତିପ୍ରାପ୍ତ ଡିଲରମାନେ ଏହାକୁ ଉଇଣ୍ଡ୍-ସିଲ୍ଡ୍ରେ ଲଗାଇବେ। ପୂର୍ବରୁ ସୋ’ରୁମରେ ଗଚ୍ଛିତ ଥିବା ଯାନବାହନଗୁଡ଼ିକ ନିମନ୍ତେ ମଧ୍ୟ ଏଇ ନିୟମ ଲାଗୁହେବ ବୋଲି ମନ୍ତ୍ରାଳୟ ନିର୍ଦେଶ ଦେଇଛି। ‘ଏଚଏସଆରପି’ର ଗ୍ୟାରେଣ୍ଟି ରହିବ ୫ ବର୍ଷ। ଥରେ ବାହାରକୁ ଆସିବା ପରେ ତୃତୀୟ ରେଜିଷ୍ଟ୍ରେସନ୍ ମାର୍କ ନଷ୍ଟ ହୋଇଯିବ। ଷ୍ଟିକରରେ ଥିବା ରେଜିଷ୍ଟ୍ରେସନ୍ ଅଥରିଟି, ରେଜିଷ୍ଟ୍ରେସନ୍ ନମ୍ବର, ଲେଜର୍-ବ୍ରାଣ୍ଡେଣ୍ଡ୍ ପରମାନେଣ୍ଟ୍ ନମ୍ବର, ଇଞ୍ଜିନ୍ ନମ୍ବର ଏବଂ ଚେସିସ୍ ନମ୍ବର ଗାଡ଼ି ଚୋରି ବିରୋଧରେ ଅଧିକ ସୁରକ୍ଷା ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe