କନକ ବ୍ୟୁରୋ : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାରେ ପରିବହନ ବିଭାଗକୁ ସ୍ପଷ୍ଟୀକରଣ ମାଗିଲେ ହାଇକୋର୍ଟ । ସ୍ଲଟ୍ ବୁକିଂ ପାଇଁ ସମୟସୀମା ଅଧିକ ବୃଦ୍ଧି କରି ହେବକି ନାହିଁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାରେ ଦୁଇ ଜଣ ବସ୍ ମାଲିକ ହାଇକୋର୍ଟରେ ଆବେଦନ କରିଥିଲେ ।
ଏବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ନମ୍ବର ପ୍ଲେଟକୁ ନେଇ ସାଧାରଣ ଲୋକେ ସମସ୍ୟାରେ । ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଚକିଆ ଗାଡିର ସ୍ଲଟ୍ ବୁକିଂ ଶେଷ ହୋଇଯାଇଛି । ଏବେ ସୁଦ୍ଧା ମାତ୍ର ୭ ଲକ୍ଷ ଗାଡିରେ ନମ୍ବର ପ୍ଲେଟ୍ ଲାଗି ପାରିଛି । ରାଜ୍ୟରେ ରହିଛି ମୋଟ୍ ୮୦ ଲକ୍ଷରୁ ଅଧିକ ଗାଡି । କେବେ ସୁଦ୍ଧା ବାକି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍ ଲାଗିପାରିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/09/hsrp.jpg)