କନକ ବ୍ୟୁରୋ : ଗୁରୁଦିବସକୁ କଳା ଦିବସ ଭାବେ ପାଳିଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ମୁହଁରେ କଳା କପଡ଼ା ବାନ୍ଧି ବିଭିନ୍ନ ଦାବିରେ ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଶହ ଶହ ଶିକ୍ଷକ । ଅଭିଯୋଗ ନିଜ ହକ୍ ପାଇଁ ଭୁବନେଶ୍ୱର ଦୌଡ଼ି ଦୌଡ଼ି ନୟାନ୍ତ ହେଲେ ବି ଶୁଣିଲେନି ସରକାର । ଆନ୍ଦୋଳନରେ ଥାଇ କହିଲେ, ଅବସର ନେବା ସମୟ ଆସିଲା କିନ୍ତୁ ଏପର୍ଯ୍ୟନ୍ତ ଦାବି ପୁରଣ କରୁ ନାହାଁନ୍ତି ସରକାର ।

Advertisment