କନକ ବ୍ୟୁରୋ: ଅଗଷ୍ଟ ୧୫ ସୁଦ୍ଧା ସ୍କୁଲ ପିଲା ପିନ୍ଧିବେ ନୂଆ ୟୁନିଫର୍ମ । ନବମ, ଦଶମ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ନୂଆ ସବୁଜ ଚେକ୍ ୟୁନିଫର୍ମ ସହ ଶନିବାର ପିନ୍ଧିବେ ହାଉସ୍ ୟୁନିଫର୍ମ । ସେହିପରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପୂର୍ବ ୟୁନିଫର୍ମ ସହ ଶନିବାର ପିନ୍ଧିବେ ନୂଆ ହାଉସ୍ ୟୁନିଫର୍ମ । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ ।

Advertisment

ଠିକ୍ ଏହି ଭଳି ଦେଖାଯିବ ପିଲାଙ୍କ ନୂଆ ୟୁନିଫର୍ମ । ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ । ନୂଆ ଲୁକ୍ ଓ ନୂଆ ରଙ୍ଗର ପୋଷାକରେ ସ୍କୁଲକୁ ଆସିବେ ଛାତ୍ରଛାତ୍ରୀ । ଗ୍ରୀନ୍ ରଙ୍ଗର ପୋଷାକ ପିନ୍ଧିବେ ଛାତ୍ରଛାତ୍ରୀ । ଛାତ୍ରଙ୍କ ପାଇଁ ଫୁଲପ୍ୟାଂଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡିଦାର-ପଞ୍ଜାବୀ ସହ ଜ୍ୟାକେଟ୍ ପୋଷାକ ରହିଛି । ଡ୍ରେସ୍ରେ ଏକ ଲୋଗୋ ‘ଆମେ ଗଢିବୁ ନୂଆ ଓଡ଼ିଶା’ ରହିବ ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ପୂର୍ବ ୟୁନିଫର୍ମ ସହ ଶନିବାର ପିନ୍ଧିବେ ନୂଆ ହାଉସ୍ ୟୁନିଫର୍ମ । ୧୦୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟରେ ୪ଟି ହାଉସ୍ ହେବାକୁ ଥିବା ବେଳେ ଶହେରୁ କମ୍ ପିଲା ଥିଲେ ଦୁଇଟି ହାଉସ୍ ବ୍ୟବସ୍ଥା ରହିବ । ହାଇସ୍ ୟୁନିଫର୍ମ ପାଇଁ ନାଲି, ହଳଦିଆ, ନୀଳ ଏବଂ ସବୁଜ, ଏହି ୪ଟି ରଙ୍ଗର ଟି-ସାର୍ଟ ଓ ଟ୍ରାକ୍ ପ୍ୟାଂଟ ପିନ୍ଧି ବିଦ୍ୟାଳୟକୁ ଆସିବେ ଛାତ୍ରଛାତୀ । ଛାତ୍ରଛାତ୍ରୀଙ୍କ ପାଇଁ ଜୋତା ଓ ଧଳା ମୋଜା ବାଧ୍ୟତାମୂଳକ କରାଯାଇଛି ।

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ଏହା ବଂଟନ କରାଯିବ । ଆସନ୍ତା ଅଗଷ୍ଟ ୧୫ରେ ସ୍କୁଲରେ ନୂଆ ୟୁନିଫର୍ମ ବଂଟନ ହେବ । ଏଥିପାଇଁ ସରକାର ଜଣେ ପିଲା ପିଛା ୧ ହଜାର ଟଙ୍କା ବହନ କରିବେ । ଏଥିରେ ଛାତ୍ରଛାତ୍ରୀଙ୍କୁ ୨ ହଳ ୟୁନଫର୍ମ, ହଳେ ଟି ସାର୍ଟ ଓ ଟ୍ରାକ୍ ପ୍ୟାଂଟ, ହଳେ ଜୋତା, ୨ ହଳ ମୋଜା ସହ ଟୋପି ଦିଆଯିବ । ଦୁଇ ହଳ ୟୁନିଫର୍ମ ପାଇଁ ୫୫୦ ଟଙ୍କା, ଗୋଟିଏ ହଳ ଜୋତା ଓ ୨ ହଳ ମୋଜା ପାଇଁ ୨ ଶହ ଟଙ୍କା, ଟି-ସାର୍ଟ ପାଇଁ ୧୨୫ ଟଙ୍କା, ଟ୍ରାକ୍ ପ୍ୟାଂଟ ପାଇଁ ୧୨୫ ଟଙ୍କା ଖର୍ଚ୍ଚ ହେବ ।