ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ: ଆଜି ଏକାଥରେ ଆରୋଗ୍ୟ ହେଲେ ୨୩୭ କରୋନା ରୋଗୀ; କଟକରୁ ସୁସ୍ଥ ହେଲେ ସର୍ବାଧିକ ୭୦ ସଂକ୍ରମିତ

3,371

କନକ ବ୍ୟୁରୋ: ଓଡିଶାବାସୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ଏକାଥରେ ସୁସ୍ଥ ହେଲେ ୨୩୭ କରୋନା ଆକ୍ରାନ୍ତ । ରାଜ୍ୟରେ ଆଜି କରୋନା ଆକ୍ରାନ୍ତଙ୍କଠାରୁ ଟପିଛି ସୁସ୍ଥ ସଂଖ୍ୟା । ରାଜ୍ୟରେ ଆଜି ସକାଳେ ୧୭୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅପରାହ୍ଣରେ ଏକାବେଳେ ୨୩୭ ଜଣ ଆକ୍ରାନ୍ତ କରୋନା ମହାମାରୀକୁ ମାତ୍ ଦେଇ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଆଜିର ସୁସ୍ଥ ସଂଖ୍ୟା ରେକର୍ଡ ସ୍ତରରେ ରହିଛି ।

ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୭୦ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଖୋର୍ଧାରୁ ୫୪, ଜଗତସିଂହପୁରରୁ ୨୦, କନ୍ଧମାଳରୁ ୧୯, ଗଂଜାମରୁ ୧୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ଏବଂ ମୟୁରଭଂଜରୁ ୯ ଜଣ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ କେନ୍ଦୁଝରରୁ ୮ ଏବଂ ଢେଙ୍କାନାଳ ଓ ପୁରୀରୁ ୭ ଜଣ ଲେଖାଏଁ କରୋନା ରୋଗୀ ଭଲ ହୋଇ ଘରକୁ ଫେରିଛନ୍ତି । ସେହିପରି କେନ୍ଦ୍ରାପଡା ଏବଂ ନୟାଗଡରୁ ୪ ଜଣ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । କଳାହାଣ୍ଡି, ମାଲକାନଗିରି ଏବଂ ସମ୍ବଲପୁରରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଝାରସୁଗୁଡା ଓ ସୁନ୍ଦରଗଡରୁ ଜଣେ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷରେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ ହଜାର ୫୩୪କୁ ବୃଦ୍ଧି ପାଇଛି ।

Comments are closed.