କନକ ବ୍ୟୁରୋ : ଖୋଲୁଛି କଟକ କନିକା ରାଜଘରର ଗୁମର । ରାଜା ସ୍ୱର୍ଗତ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ରାଜକନିକାରେ ଥିବା ସମ୍ପତିରୁ ମିଳିଥିବା ଭାଗକୁ ବିକ୍ରି କରିଦେବା ଯୋଜନାରେ ଥିଲେ ନାତୁଣୀ ବୋହୂ ପରେଶକୁମାରୀ ଦେବୀ । ପାଖାପାଖି ୪ କୋଟି ଟଙ୍କାର ସମ୍ପତି ବିକ୍ରି କରିବାକୁ ନିଷ୍ପତି ନେଇଥିଲେ । ଏପରିକି ସମ୍ପତି ବିକ୍ରି ପୂର୍ବରୁ କିଛି ଲୋକଙ୍କଠାରୁ ଅଗ୍ରୀମ ଆକାରରେ ଟଙ୍କା ବି ଆଣିଥିଲେ । ହେଲେ ଏପରି ନିଷ୍ପତିକୁ ପୁଅ ଶୁଭେନ୍ଦୁ ନାରାୟଣ ଭଞ୍ଜଦେଓ ବିରୋଧ କରୁଥିଲେ ।

Advertisment

ଏହାକୁ ନେଇ ଗତ ୨୨ ତାରିଖରେ ପରେଶକୁମାରୀଙ୍କୁ ସେ ହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ଶେଷରେ ଗତ ବୁଧବାର ଦି ସବୁ ରାଗ ସୁଝାଇବାକୁ ଯାଇ ଅତ୍ୟନ୍ତ ବୀଭତ୍ସ ଭାବେ ମା’ଙ୍କୁ ହତ୍ୟା କରିଥିଲେ । ପୋଲିସ ତଦନ୍ତରୁ ଏପରି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସବୁ ସମ୍ପତିର ସ୍ୱତ୍ୱାଧିକାରୀ ଥିଲେ ପରେଶକୁମାରୀ । ଗୋଟିଏ ପୁଅ ଓ ଗୋଟିଏ ଝିଅକୁ ବି ସେ ସଂପତିର ଭାଗ ଦେବାକୁ ରାଜିନଥିଲେ । ପାରିବାରିକ ବିବାଦ କାରଣରୁ ଝିଅ ଜୟନ୍ତୀ ଶାଶୂଘର ଛାଡି ୨୦୧୧ରୁ ତୁଳସୀପୁର ଶ୍ରୀବିହାର କଲୋନୀରେ ଥିବା ବାପଘରେ ରହୁଥିଲେ ।

ସେ ସମ୍ପତିରୁ ନିଜ ଭାଗ ମାଗୁଥିଲେ ବି ମା’ ପରେଶକୁମାରୀ ତାଙ୍କୁ ଭାଗ ଦେବାକୁ ମନା କରିଥିଲେ । ବାପ ଘର ସମ୍ପତିରେ ଝିଅର ସମାନ ଅଧିକାରୀକୁ ନେଇ ସେ ୨୦୨୦ରେ ସେ ସିଭିଲ କୋର୍ଟରେ ମାମଲା ଦାୟର କରିଥିଲେ । ଏହି ମାମଲା ଏବେ ବିଚାରାଧୀନ ଥିବା ବେଳେ ରାଜକନିକାରେ ଥିବା ସମ୍ପତିକୁ ପରେଶକୁମାରୀ ବିକ୍ରି ପାଇଁ ନିଷ୍ପତି ନେବା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି ।