ଚର୍ଚ୍ଚାରେ ଅନନ୍ତ-ରାଧିକା ପ୍ରି-ୱେଡିଂ ସମାରୋହ । ଜାମନଗରରେ ବିଲ ଗେଟ୍ସ, ମାର୍କ ଜୁକରବର୍ଗ, ଇଭାଙ୍କା ଟ୍ରମ୍ପ, କତାର ସୁଲତାନଙ୍କ ଭଳି ହାଇପ୍ରୋଫାଇଲ ଅତିଥିଙ୍କ ଭିଡ ।

433

କନକ ବ୍ୟୁରୋ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନି ଓ ରାଧିକା ମର୍ଚାଂଟଙ୍କ ପ୍ରାକ୍ ବିବାହ ଉତ୍ସବ ଅନୁଷ୍ଠି ହେଉଛି । ଆସନ୍ତା ଜୁଲାଇ ମାସରେ ବିବାହ ଉତ୍ସବ ଅନୁଷ୍ଠିତ । ଏହା ପୂର୍ବରୁ ଚାଲିଛି ତିନି ଦିନିଆ ପ୍ରାକ୍ ବିବାହ ଉତ୍ସବ । ଆଜି ଏହି ଉତ୍ସବର ତୃତୀୟ ଦିନ । ଗୁଜରାଟର ଜାମନଗରରେ ଆୟୋଜିତ ଏହି ଉତ୍ସବରେ ସାରା ବିଶ୍ୱରେ ଚର୍ଚ୍ଚିତ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ବିଶିଷ୍ଟ କ୍ରିଡାବିତ୍, ବଲିଉଡ୍ ତାରକା, ଶିଳ୍ପ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଛନ୍ତି ।

ଅମ୍ବାନୀ ପରିବାର ପକ୍ଷରୁ ହଜାରେରୁ ଅଧିକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଭିଆଇପିମାନଙ୍କ ପାଇଁ ସ୍ୱତନ୍ତ୍ର ଲାଉଞ୍ଜର ବ୍ୟବସ୍ଥା କରାଯାଇଥିବା ବେଳେ ରାଜକୀୟ ପାନୀୟ ପ୍ରଦାନ କରାଯାଇଉଛି । ରଙ୍ଗବେରଙ୍ଗ ଫୁଲରେ ସାଜସଜ୍ଜା କରାଯାଇଥିବା ବେଳେ ବହୁ ସଂଖ୍ୟରେ ଭିଆଇପି କାର ବିମାନବନ୍ଦର ନିକଟରେ ରହିଛି । ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।