କନକ ବ୍ୟୁରୋ: ଅନୁଗୁଳ ଆଠମଲ୍ଲିକରେ ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଆଠମଲ୍ଲିକ ବିଜେଡି ପ୍ରାର୍ଥୀ ନଳୀନିକାନ୍ତ ପ୍ରଧାନଙ୍କ ସହ ଆଠମଲ୍ଲିକରେ ସେ ପ୍ରଚାର କରିଛନ୍ତି । ଆଠମଲ୍ଲିକ ଏନଏସି ପରିକ୍ରମା କରିବା ସହ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରଣବ ପ୍ରକାଶ ଦାସଙ୍କ ପ୍ରଚାରରେ ହଜାର ହଜାର ସମର୍ଥକ ସାମିଲ ହୋଇଥିଲେ । ମାହେଶ୍ୱରୀ ମନ୍ଦିର ଦର୍ଶନ କରିଥିଲେ ବିଜେଡି ଲୋକସଭା ପ୍ରାର୍ଥୀ । ଅନ୍ୟପଟେ ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜୋରଦାର ପ୍ରଚାର । ଆଜି କୁଚିଣ୍ଡାରେ ବାଇକ୍ ରାଲି ସହ ରୋଡ୍ ସୋ’ରେ ସାମିଲ ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ । ସ୍ଥାନୀୟ ବିଧାୟକ ପ୍ରାର୍ଥୀ ମଧ୍ୟ ପ୍ରଚାରରେ ସାମିଲ ହୋଇଥିଲେ । ହଜାର ହଜାର ସମର୍ଥକଙ୍କ ସହ ପ୍ରଚାର କରିଥିଲେ ବିଜେପି ସମ୍ବଲପୁର ଲୋକସଭା ପ୍ରାର୍ଥୀ । ସ୍ଥାନୀୟ ଅଞ୍ଚଳର ଲୋକେ ପାରମ୍ପରିକ ନୃତ୍ୟ କରିଥିବାର ଦେଖିବାକୁ ମିଳିଥିଲା ।