କେବିଏନ ଗ୍ରୁପର ମାଷ୍ଟରମାଇଣ୍ଡ କେଉଁଠି ଅଛି ? ଗ୍ୟାଙ୍ଗର ୪ଜଣଙ୍କୁ ଉଠାଇ ନେଇ ପଚରାଉଚରା ବେଳେ ମିଳିଲା ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ବୁକୁ ଧରିବାକୁ ବିଭିନ୍ନ ସ୍ଥାନରେ ରେଡ କରୁଛି ପୋଲିସ

133

କନକ ବ୍ୟୁରୋ : କେବିଏନ୍ ଗ୍ରୁପର ମୁଖ୍ୟ ବୁବୁ ଜେନା ବିଷୟରେ ପୋଲିସକୁ ମିଳିଲା ବଡ଼ ସୁରାକ । ଗ୍ୟାଙ୍ଗରେ ସଂପୃକ୍ତି ସନ୍ଦେହରେ ଘାଟିକିଆ ଅଂଚଳରୁ ୪ ଜଣ ଯୁବକଙ୍କୁ ଉଠାଇ ଆଣି ପଚରାଉଚରା କରିଛି ପୋଲିସ । ଏହି ସମୟରେ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ୪ ଯୁବକଙ୍କ ତଥ୍ୟ ଆଧାରରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । କିଛି ଦିନ ପୂର୍ବରୁ ବୁବୁର ଜିପ୍ ଜବତ ହୋଇଥିଲା ।

ଏହି ଜିପକୁ ବ୍ୟବହାର କରି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ବୁବୁ ଜେନା ଭୟ ବଢାଇଲା ଭଳି ଭିଡିଓ ସବୁ ତିଆରି କରୁଥିଲା । ଘାଟିକିଆ ଦତାତ୍ରେୟ ଆପାର୍ଟମେଂଟ ନିକଟ ଏକ ପରିତ୍ୟକ୍ତ ସ୍ଥାନରୁ ଜିପଟିକୁ ଠାବ କରିଥିଲା ପୋଲିସ । ଦୁର୍ବୃତମାନେ ବଡ କାଇଦାରେ ଜିପକୁ ଏକ ପଲିଥିନ ଘୋଡାଇ ରଖିଥିଲେ । ପରିତ୍ୟକ୍ତ ସ୍ଥାନରେ ରଖିଥିଲେ ମଧ୍ୟ ଗ୍ୟାଙ୍ଗର ସଦସ୍ୟ ଜିପଟି ଉପରେ ନଜର ରଖିଥିଲେ । ପୋଲିସ ଜିପଟିକୁ ଜବତ କରିଥିଲେ ମଧ୍ୟ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ସମେତ ପ୍ରାୟ ୨୦ ଜଣ ସଦସ୍ୟ ଏବେ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।