କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି: କରୋନା ମୁକାବିଲା ପାଇଁ ନିୟୋଜିତ ହେଲେ ୩୦ ଯୁଗ୍ମସଚିବ ସ୍ତରୀୟ ଅଧିକାରୀ; କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରଖିବେ ସମନ୍ୱୟ

396

କନକ ବ୍ୟୁରୋ: କରୋନା ସଂକ୍ରମଣର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ ପଦକ୍ଷେପ । ଭୂତାଣୁ ସଂକ୍ରମଣ ରୋକିବାରେ ରାଜ୍ୟ ସରକାରଙ୍କୁ ସହଯୋଗ କରିବା ପାଇଁ ୩୦ ଜଣ ଯୁଗ୍ମ ସଚିବ ପାହ୍ୟା ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି କେନ୍ଦ୍ର ସରକାର । ଦେଶରେ ୧୩୭ ଆକ୍ରାନ୍ତ ଓ ତିନି ଜଣଙ୍କ ମୃତ୍ୟୁ ପରେ କୋଭିଡ-୧୯ର ମୁକାବିଲା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ୩୦ ଅଧିକାରୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ କୋଭିଡ-୧୯ ମୁକାବିଲା ନେଇ ସମନ୍ୱୟ ରଖିବେ ।

ଭାରତରେ ଆକ୍ରାନ୍ତକ ସଂଖ୍ୟା ୧୩୭ ଛୁଇଁଥିବା ସ୍ପଷ୍ଟ କରିଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଭାରତ ବନ୍ଦ ପରିସ୍ଥିତି ସୃଷ୍ଟି ହୋଇଛି । ଦୋକାନ ବଜାର. ସପିଂମଲ ଠାରୁ ଆରମ୍ଭ କରି ଶିକ୍ଷଣ ସଂସ୍ଥା ବନ୍ଦ କରି ଭୂତାଣୁ ସଂକ୍ରମଣ ରୋକିବାକୁ ଉଦ୍ୟମ କରୁଛନ୍ତି ସରକାର । ଭାରତରେ ବର୍ତମାନ ସୁଦ୍ଧା ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହୋଇ ୩ ଜଣଙ୍କ ଜୀବନ ଯାଇଛି । ମୋଟ ୧୩୭ ଆକ୍ରାନ୍ତଙ୍କ ମଧ୍ୟରେ ଅଛନ୍ତି ୨୨ ଜଣ ବିଦେଶୀ ନାଗରିକ । ମଙ୍ଗଳବାର ପଶ୍ଚିମବଙ୍ଗରେ ପ୍ରଥମ କରୋନା ପଜିଟିଭି ଚିହ୍ନଟ ହୋଇଛି । ଇଂଲଣ୍ଡରୁ ଫେରିଥିବା ଜଣେ ୧୮ ବର୍ଷୀୟ ଯୁବକଙ୍କ ଦେହରେ ଏହି ମାରାତ୍ମକ ଭୂତାଣୁକୁ ଠାବ କରାଯାଇଛି । ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଂଚିଛି ।

ସେହିପରି କେରଳରେ ୨ ବିଦେଶୀ ନାଗରିକଙ୍କ ସମେତ ୨୪ଜଣ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି । ୟୁପିରେ ୧୫ ଆକ୍ରାନ୍ତ, ତେଲେଙ୍ଗାନାରେ ୫ ଜଣ, କର୍ଣ୍ଣାଟକରେ ୧୧, ହରିୟାଣାରେ ୧୫ ଜଣ ଆକ୍ରାନ୍ତଙ୍କ କ୍ୱାରେନଟାଇନରେ ରଖି ଚିକିତ୍ସା କରାଯାଉଛି । ଜାମ୍ମୁକାଶ୍ମୀରର ୨, ଲଦାଖରେ ୬ ଜଣ, ରାଜସ୍ଥାନରେ ୪, ଦିଲ୍ଲୀରେ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଓଡିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଓ ପଂଜାବରେ ତେଲେଙ୍ଗାନାରେ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଲଦାଖରେ ଜଣେ ଯବାନ ଓ ତାଙ୍କ ପିତା କରୋନା ଭୂତାଣରେ ହୋଇଥିବା ସୂଚନା ମିଳିଛି । ସଂପୃକ୍ତ ଯବାନଙ୍କ ପିତା ନିକରେ ଇରାନରୁ ଫେରିଥିବା ଜଣାପଡିଛି । ଉଭୟଙ୍କ ରକ୍ତ ନମୁନା ପରୀକ୍ଷା ପରେ ଯାଂଚ କରୋନା ଭାଇରସ ପଜିଟିଭ ରିପୋର୍ଟ ଆସିଛି ।