ଓମିକ୍ରନକୁ ନେଇ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଜାଣନ୍ତୁ, ରାଜ୍ୟ ସରକାରଙ୍କୁ କଣ ପରାମର୍ଶ ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ?

205

କନକ ବ୍ୟୁରୋ: ଓମିକ୍ରନକୁ ନେଇ ସରକାର କରିଛନ୍ତି ଉଚ୍ଚସ୍ତରୀୟ ବୈଠକ । ଯେଉଁଥିରେ ରାଜ୍ୟ ସରକାରଙ୍କ ସହ ଆଲୋଚନ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ଏହି ବୈଠକରେ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ତେବେ ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ୧୧୩୪ ଜଣ ବ୍ୟକ୍ତି ଏୟାର ସୁବିଧା ପୋର୍ଟାଲ ଜରିଆରେ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣ ପଜିଟିଭ୍ ମଧ୍ୟ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ୍ ହୋଇଥିବା ବ୍ୟକ୍ତିଙ୍କ ଭିତରୁ ୨ ଜଣ ଯାଜପୁର ଜିଲ୍ଲାର ହୋଇଥିବାବେଳେ ବାକି ୨ ଜଣ ସୁନ୍ଦରଗଡ ଜିଲ୍ଲାର ବୋଲି ଜଣାପଡିଛି ।

ଅନ୍ୟପଟେ ସମସ୍ତଙ୍କର ନମୁନା ଜିନମ୍ ସିକ୍ୟୁଏନ୍ସିଂ ପାଇଁ ପଠାଯାଇଛି । ତା ସହିତ ଏହିି ବୈଠକରେ କେନ୍ଦ୍ର ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ୫ ସୂତୀ ପରାମର୍ଶ ଦିଆଯାଇଛି । ଯେଉଁଥିରେ ବିଦେଶରୁ ଆସୁଥିବା ସମସ୍ତ ଲୋକଙ୍କ ଉପରେ କଡା ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ତା ସହିତ ଏନଫୋର୍ସମେଣ୍ଟ କଡାକଡି କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଖାଲି ସେତିକି ନୁହେଁ, ଟେଷ୍ଟିଂ ଓ ଟୀକାକରଣକୁ ଅଧିକ ଗୁରୁତ୍ୱ ଦେବାକୁ ମଧ୍ୟ କୁହାଯାଇଛି ।