କନକ ବ୍ୟୁରୋ : ଫାଇଭ-ଟି ସଚିବଙ୍କ ଜନ ଶୁଣାଣିରେ ଆସିଥିବା ଅଭିଯୋଗର କେତେ ହୋଇଛି ସମାଧାନ ତାର ଚାଲିଛି ସମୀକ୍ଷା । ଜିଲ୍ଲାପାଳମାନଙ୍କୁ ନେଇ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ବସିଛି ଉଚ୍ଚସ୍ତରୀୟ ବୈଠକ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ବିଭାଗୱାରୀ ସମୀକ୍ଷା କରୁଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଏହାସହ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ନେଇ ଏହି ବୈଠକରେ ଆଲୋଚନା ହେଉଥିବା ସୂଚନା ରହିଛି ।