ମହଙ୍ଗା ବଜାରରେ ମଧ୍ୟବିତଙ୍କ ପାଇଁ ବିସ୍କୁଟ ସାଜିଛି ସାହାରା, ଜାଣନ୍ତୁ ଚଳିତବର୍ଷ କେତେ ବଢିଛି ବିସ୍କୁଟ ବିକ୍ରି

740

କନକ ବ୍ୟୁରୋ : ଦେଶରେ ଅହେତୁକ ଭାବେ ଖାଦ୍ୟ ସାମଗ୍ରୀର ଦର ବଢିବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ମଧ୍ୟବିତଙ୍କ ଦୈନିକ ବଜେଟ ଉପରେ ପଡିଛି । ଏହି କାରଣରୁ ଲୋକମାନେ ଶସ୍ତା ଖାଦ୍ୟ ଉପରେ ନିର୍ଭର କରୁଛନ୍ତି । ସେପଟେ ଅନ୍ୟ ପ୍ୟାକେଟ ଖାଦ୍ୟ ତୁଳନାରେ ବିସ୍କୁଟ ଶସ୍ତା ହେଉଥିବାରୁ ଏହାର ବିକ୍ରି ଚଳିତବର୍ଷ ଅହେତୁକ ଭାବେ ବୃଦ୍ଧି ପାଇଛି ।

କଂଜ୍ୟୁମର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ବିଜୋମ’ ର ଏକ ରିପୋର୍ଟ ଏବେ ସମସ୍ତଙ୍କୁ ଚକିତ କରିଦେଇଛି । ଚଳିତ ବର୍ଷ ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ ଦେଶରେ ବିସ୍କୁଟର ବିକ୍ରି ୧୬ .୫ ପ୍ରତିଶତ ବୃଦ୍ଧି ପାଇଛି । ଏହି କ୍ରମରେ ଅନ୍ୟ ପ୍ୟାକେଟ ଖାଦ୍ୟର ବିକ୍ରି ୧୪.୧ ପ୍ରତିଶତ ବୃଦ୍ଧି ପାଇଛି ।

ସେପଟେ ଭାରତୀୟ ବଜାରରେ ଅନ୍ୟ ବିସ୍କୁଟ କମ୍ପାନୀ ତୁଳନାରେ ବ୍ରିଟାନିଆ ବିସ୍କୁଟ ଅଧିକ ବିକ୍ରି ହୋଇଛି । ସେପଟେ ବିସ୍କୁଟ ବିକ୍ରି ବୃଦ୍ଧି ଦେଖିବା ପରେ ଆଇଟିସି ତରଫରୁ ବି ବିସ୍କୁଟର ନୂଆ ନୂଆ ପ୍ରଡକ୍ଟ ବଜାରକୁ ଛଡା ଯାଉଛି । ଆଇଟିସି ଖାଦ୍ୟ ବିଭାଗର ମୁଖ୍ୟ ପରିଚାଳକ ଅଲି ହେରିସ ଶୋରେ କହିଛନ୍ତି କି ଫାର୍ମାଲାଇଟ ଦ୍ୱାରା ନୂଆ ନୂଆ ସୁସ୍ୱାଦୁ ବିସ୍କୁଟ ପ୍ରସ୍ତୁତ କରାଯାଇ ଏବେ ବଜାରରେ ଉପଲବ୍ଧ କରାଯାଉଛି ।

କହିରଖୁ କି ଅନେକ ଭାରତୀୟ ପ୍ରତିଦିନ ଭୋକ ମେଣ୍ଟାଇବାକୁ ବିସ୍କୁଟ ଖାଇଥାନ୍ତି । ଏହାସହ ସକାଳ ଓ ସନ୍ଧ୍ୟା ଚା ପିଇବା ବେଳେ ମଧ୍ୟ ଲୋକମାନେ ବିସ୍କୁଟ ଖାଇଥାନ୍ତି ।