କିରୋସିନି ଢ଼ାଳି ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ : ସ୍ୱାମୀ ସ୍ତ୍ରୀଙ୍କୁ କାବୁ କଲା ପୋଲିସ; ସେପଟେ ବିଧାନସଭାରେ ଉଠିଲା ପ୍ରସଙ୍ଗ

ପରୀ ହତ୍ୟା ପଛରେ କିଏ ଦାୟୀ?

284

କନକ ବ୍ୟୁରୋ : ବିଧାସଭା ଆଗରେ ହାଇଡ୍ରାମା । କିରୋସିନ ଢାଳି ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମହୁତି ଉଦ୍ୟମ । ବିଧାନସଭା ଅଧିବେଶନ ଚାଲୁଥିବା ବେଳେ ମୁଖ୍ୟ ଫାଟକ ଆଗରେ ଆଜି ଏପରି ଘଟଣା ଦେଖିବାକୁ ମିଳିଛି । ଆତ୍ମହତ୍ୟା ଉଦ୍ୟମ ବେଳେ ଉଭୟଙ୍କୁ ପୁଲିସ କାବୁ କରିଥିବା ବେଳେ କିରୋସିନ ଓ ଦିଆସିଲ ଜବତ କରାଯାଇଛି । ଆତ୍ମହତ୍ୟା ଉଦ୍ୟମ କରୁଥିବା ଦମ୍ପତି ନୟାଗଡର ବୋଲି ଜଣାପଡିଛି ।

ତେବେ ୫ ବର୍ଷର ଝିଅ ହତ୍ୟା ମାମଲାରେ ନ୍ୟାୟ ନପାଇବାରୁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ଝିଅ ପରିକୁ ମାରିଦିଆଯାଇଛି ।  କିଡନୀ,  ଆଖି ବିକି ଦେଇଛନ୍ତି ହତ୍ୟାକାରୀ । ହେଲେ ଏଯାଏ ଅଭିଯୁକ୍ତକୁ ଗିରଫ କରାଯାଉନି ନାହିଁ । ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଦମ୍ପତି କହିଛନ୍ତି ।

ସେପଟେ ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗୁଇନ୍ଦା କଣ କରୁଥିଲା,ପୁଲିସ କଣ କରୁଥିଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ଆମେ କ’ଣ ସୁରକ୍ଷିତ ତ, ଆମକୁ ସୁରକ୍ଷା ଦିଆଯାଉ । କିଏ ବୋମା ପକାଇଲେ କ’ଣ ହେବ ?

Comments are closed.