କନକ ବ୍ୟୁରୋ : ଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ଦେଖିବାକୁ ମିଳିଛି ହାଇଡ୍ରାମା । ବୈଠକକୁ ଅଧାରୁ ଛାଡି ଚାଲିଗଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ଚାଲୁଥିବାବେଳେ ମମତା ପକ୍ଷପାତିତା ଅଭିଯୋଗ ଆଣିଥିଲେ ଓ ବୈଠକ ଛାଡି ଚାଲିଗଲେ । ମମତା କହିଛନ୍ତି ପଶ୍ଚିମବଙ୍ଗ ସମସ୍ୟା ବାବଦରେ କେନ୍ଦ୍ରକୁ ଜଣାଇବାକୁ ଚାହୁଁଥିଲି। ୨୦ ମିନିଟ ବଦଳରେ ମୋତେ କେବଳ ୫ମିନିଟ କହିବାକୁ ଅନୁମତି ମିଳିଲା । ଅଧାର ମାଇକ ବନ୍ଦ କରି ଦିଆଗଲା । ଏହା କେବଳ ପଶ୍ଚିମବଙ୍ଗ ପ୍ରତି ନୁହେଁ ବରଂ ସମସ୍ତ ଆଞ୍ଚଳିକ ଦଳ ପ୍ରତି ଅପମାନ।
ନୀତି ଆୟୋଗ ବୈଠକକୁ ଇଣ୍ଡିମେଂଟର ପ୍ରାୟ ସମସ୍ତ ଦଳ ବହିଷ୍କାର କରିଥିବାବେଳେ କେବଳ ଟିଏମସି ଯୋଗ ଦେଇଛି । କର୍ଣ୍ଣାଟକ, ହିମାଚଳପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କେରଳ ଓ ପଂଜାର ରାଜ୍ୟର ମୁଖ୍ୟମନ୍ତ୍ରୀ ପହଁଚି ନାହାଁନ୍ତି । ସେପଟେ ବିଜେପିର ସହଯୋଗୀ ଜେଡିୟୁକୁ ନେଇ ଚର୍ଚ୍ଚା ଚାଲିଛି । କାରଣ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ବୈଠକକୁ ଆସି ନାହାଁନ୍ତି ।
୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଉପରେ ନୀତି ଆୟୋଗ ବୈଠକରେ ଆଲୋଚନା କରାଯାଇଛି ।ଏଥିରେ ରାଜ୍ୟର ଅବଦାନ ସମ୍ପର୍କରେ ଆଲୋଚନା କରାଯାଏ ।