ନବୀନ ନିବାସ ସାମ୍ନାରେ ହାଇଡ୍ରାମା । ଭିତରକୁ ଯିବାକୁ ହାତଯୋଡି ନିବେଦନ କଲେ ବିଜେଡି ନେତା, ଧାରଣାରେ ବସିଲେ ବିଜେପି ବିଧାୟକ । 

240

କନକ ବ୍ୟୁରୋ : ନବୀନ ନିବାସ ସାମ୍ନାରେ ହାଇଡ୍ରାମା । ନବୀନ ନିବାସ ସାମ୍ନାରେ ପହଞ୍ଚିବା ପରେ ଧାରଣାରେ ବସିଲେ ବିଜେପି ବିଧାୟକ । ମନ୍ତ୍ରୀ ସମୀର ଦାସ ହାତଯୋଡି ନିବେଦନ କରିବା ସତ୍ତେ୍ୱ ମଧ୍ୟ ନବୀନ ନିବାସ ଭିତରକୁ ଯାଇନାହାନ୍ତି ବିଜେପି ବିଧାୟକ । ବରଂ ତାଙ୍କ ପାଇଁ ନବୀନ ନିବାସର ଗେଟ ବନ୍ଦ କରି ଦେଇଥିବା ନେଇ ଅଭିଯୋଗ କରିଛନ୍ତି ବିଜେପି ଟିମ୍ । ମୁଖ୍ୟମନ୍ତ୍ରୀ ଦେଖା କରିବାକୁ ପ୍ରସ୍ତୁତ ଥିଲେ ମଧ୍ୟ ବିଜେପି ଟିମ୍ ଭିତରକୁ ନଯାଇ ରାଜରାସ୍ତାରେ ବସିଛନ୍ତି ।

ତେବେ ବିଜେଡି ବିଧାୟକ କହିଛନ୍ତି, ଯଦି ଚାଷୀଙ୍କୁ ବାସ୍ତବରେ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ବିଜେପି ଟିମ୍ ନବୀନ ନିବାସ ଭିତରକୁ ଆସନ୍ତୁ  । ଏଭଳି ରାସ୍ତାରେ ବସି ରାଜନୀତି ନ କରନ୍ତୁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ । ହାତ ଧରି ଡାକିବା ସତ୍ତେ୍ୱ ମଧ୍ୟ ବିଜେପି ବିଧାୟକ କାହିଁକି ନ ଆସି ରାଜନୀତି କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।