ପୁଣି ଡେରାସରେ ହାଇଡ୍ରାମା । ପ୍ରଭାକରନଙ୍କ କଳି, ପାଚେରୀ ଭାଙ୍ଗିଲେ ବିଲ୍ଡର

309

କନକ ବ୍ୟୁରୋ: ଡେରାସ ଡ୍ୟାମ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କେନାଲ ଅବରୋଧ ଘଟଣା ଏବେ ଚର୍ଚ୍ଚାରେ ରହିଛି । ଚାଷୀଙ୍କୁ ମିଳିିଛି ହକ୍ । ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରୟାସରେ ଭୁବନେଶ୍ୱର ଉପକଣ୍ଠ ଡେରାସ ଡ୍ୟାମର କ୍ଷୁଦ୍ର ଜଳସେଚନ କେନାଲରେ ଗତ ଦୁଇ ବର୍ଷ ହେବ ଥିବା ଅବରୋଧ ହଟିଛି । ଆଉ ଏହି ସମୟରେ ପୁଣି ଦେଖିବାକୁ ମିଳିଛି ହାଇଡ୍ରାମା । ଏହି ଅଞ୍ଚଳରେ ସାରଳା ବିଲଡରର କିଛି ଜମି ରହିଛି । ଆଉ ସୋମବାର ଦିନ କିଛି ଚାଷୀ ଓ ସାରଳା ବିଲଡରର କିଛି ଲୋକ ଜବରଦଖଲ ହୋଇଥିବା ନିଜ ଜମି ଚାରିପାଖର ଅସ୍ଥାୟୀ ପାଚେରୀ ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି । ଫଳରେ ପ୍ରତିପକ୍ଷ ଗୋଷ୍ଠୀ ସହ ବଚସା ଓ ମାରପିଟ ଯାଏଁ କଥା ଯାଇଥିଲା । ପୁଲିସ ପଂହଚି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବୁଝାମଣା କରିବା ପରେ ମାମଲା ଥଣ୍ଡା ପଡିଥିଲା ।

ସ୍ଥାନୀୟ ଅଞ୍ଚଳରେ ଶହ ଶହ ଏକର ଚାଷ ଜମିକୁ ଏହି କେନାଲ ଦେଇ ପାଣି ଯାଉଥିଲା । କିନ୍ତୁ ଗତ ୨ ବର୍ଷ ହେବ ସବୁ ବନ୍ଦ ହୋଇ ଯାଇଥିଲା କୃତିକା ପ୍ରଭାକରନ୍ ଓ ତାଙ୍କ ସଂସ୍ଥା କେନାଲକୁ ଅବରୋଧ କରିଥିବା ଅଭିଯୋଗ ହୋଇଥିଲା । ଏବେ ଅବରୋଧ ହଟିବା ପରେ କୋନାଲର ପୁନରୁଦ୍ଧାର ପାଇଁ ବାଟ ଫିଟିିଛି । କିନ୍ତୁ ଅବରୋଧ ଅଞ୍ଚଳରେ କିଛି ଚାଷୀ ଓ ବିଲଡରଙ୍କ ଜମି ରହିଥିବା ଅଭିଯୋଗ ହୋଇଛି ।

ବ୍ୟବସାୟୀ କୃତିକା ପ୍ରଭାକରନ୍ ଓ ତାଙ୍କ ସଂସ୍ଥା ସ୍ଥାନୀୟ ଅଞ୍ଚଳରେ ଜମି ଜବରଦଖଲ କରିବା ସହ କେନାଲ ଅବରୋଧ କରିଥିବା ଅଭିଯୋଗ ହୋଇ ଆସୁଥିଲା । ଏବେ ଅବରୋଧ ହଟିଛି । ବର୍ତମାନ କେତେ ଲୋକଙ୍କର ଜାଗା ଅବରୋଧ ହୋଇ ରହିଛି ସେ ସମ୍ପର୍କରେ ସବିେଶେଷ ସୂଚନା ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।