ଜିଲ୍ଲାରୁ ଜିଲ୍ଲା, ଆଳୁ ପାଇଁ ଚାଲିଛି ପାଲା... ଆଳୁ ସଂକଟ ଭିତରେ ଆଶ୍ୱସ୍ତି ଆଣିଲା ମୁଖ୍ୟମନ୍ତ୍ରୀଙ୍କ ବୟାନ । ମମତାଙ୍କୁ ଭେଟିବାକୁ କଲିକତା ଗଲେ ଜଗୁନୀ ।

Advertisment
ଜିଲ୍ଲାରୁ ଜିଲ୍ଲା, ଆଳୁ ପାଇଁ ଚାଲିଛି ପାଲା... ଆଳୁ ସଂକଟ ଭିତରେ ଆଶ୍ୱସ୍ତି ଆଣିଲା ମୁଖ୍ୟମନ୍ତ୍ରୀଙ୍କ ବୟାନ । ମମତାଙ୍କୁ ଭେଟିବାକୁ କଲିକତା ଗଲେ ଜଗୁନୀ ।

କନକ ବ୍ୟୁରୋ: ରାଜ୍ୟରେ ଆଳୁ ସଙ୍କଟ ଭିତରେ ମୁଖ୍ୟମନ୍ତ୍ରୀଙ୍କ ବୟାନ ଖାଉଟିଙ୍କ ମଧ୍ୟରେ କିଛି ଆଶ୍ୱସ୍ତି ଆଣିଛି ସତ କିନ୍ତୁ ଗ୍ରାଉଣ୍ଡରେ ସ୍ଥିତି ପୂରା ଭିନ୍ନ। ଏବେ ବି ଖାଉଟିଙ୍କୁ ଆଳୁ କିଣିବାକୁ କିଲୋ ପିଛା ୬୦ ଟଙ୍କା ଗଣିବାକୁ ପଡୁଛି। ଏପରିକି ମାର୍କେଟରୁ ଆଳୁ ଉଭାନ ହୋଇଯାଇଛି। ଆସନ୍ତାକାଲି ସୁଦ୍ଧା ଯଦି ପର୍ଯ୍ୟାପ୍ତ ପରିମାଣରେ ଆଳୁ ନ ପହଞ୍ଚେ ତେବେ ବଜାରରେ ଆହୁରି ଚଢା ଦରରେ ବିକ୍ରି ହେବ ଆଳୁ। ପଶ୍ଚିମବଙ୍ଗ ସରକାରଙ୍କ କଟକଣା କାରଣରୁ ଚୋରାରେ ଓଡ଼ିଶାକୁ ଆସୁଛି ଆଳୁ। ସେହିଭଳି କିଛି ଗାଡି ରାଞ୍ଚି ଦେଇ ଆସୁଥିବାରୁ ଆଳୁ ଯୋଗାଣ ବିଳମ୍ବିତ ହେଉଛି।

- ଆଜି ଓଡ଼ିଶାକୁ ଆସିଛି ୭୦ ଆଳୁ ଟ୍ରକ
- ଭୁବନେଶ୍ବରକୁ ଆସିଛି ୧୦ଟି ଟ୍ରକ
- ଉତ୍ତରପ୍ରଦେଶରୁ ୪ ଓ ପଶ୍ଚିମବଙ୍ଗରୁ ୬ଟି ଟ୍ରକ ଆସିଛି
- ଏବେ ରାଜ୍ୟରେ ୧୨ ହଜାର ଟନ୍ ଆଳୁ ଗଚ୍ଛିତ ରହିଛି

ରାଜ୍ୟରେ ଆଳୁ ଦର ୫୦ ଡେଇଁଥିବା ବେଳେ ପ୍ରତିବାଦରେ ଗୋପ ବ୍ଲକ ସମ୍ମୁଖରେ ୨୦ ଟଙ୍କାରେ ଆଳୁ ବିକିଛି ବିଜୁ ଯୁବ ଜନତା ଦଳ। ୨୦ ଟଙ୍କାରେ ଆଳୁ ନେବାକୁ ଲୋକଙ୍କର ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗରେ କଟକଣା ଲାଗିଥିବା ବେଳେ ରାସ୍ତାରେ ଯଦି ଗାଡି ନ ଅଟକାଯାଏ ତେବେ ଆସନ୍ତାକାଲି ୨୦୦ ଆଳୁ ଗାଡି ଓଡ଼ିଶାରେ ପହଞ୍ଚିବାର ସମ୍ଭାବନା ରହିଛି। ଯାହାଦ୍ବାରା ରାଜ୍ୟରେ ଆଳୁ ଯୋଗାଣ କେବଳ ସ୍ବାଭାବିକ ହେବନି ବରଂ ଖାଉଟିଙ୍କୁ ସୁଲଭ ଦରରେ ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe