ଶ୍ରୀମନ୍ଦିର ଫାଣ୍ଡି ନିକଟରେ ମଦ୍ୟପର ହଙ୍ଗାମା : ପୋଲିସକୁ ଦେଖାଇଲେ ନାଲିଆଖି

136

କନକ ବ୍ୟୁରୋ : ଶ୍ରୀମନ୍ଦିର ଫାଣ୍ଡି ନିକଟରେ ପୁଲିସକୁ ନାଲିଆଖି ଦେଖାଇଛି ଜଣେ ଯୁବକ । ମୋବାଇଲ ନ ଫେରାଇଲେ ପରିସ୍ଥିତି ଭୟଙ୍କର ହେବ ବୋଲି ପୁଲିସକୁ ଚେତାବନୀ ଦେଇଥିଲା ଗଞ୍ଜାମ ଅଂଚଳର ଅଚ୍ୟୁତ ପାଣିଗ୍ରାହୀ । ଏହାପରେ ସଂପୃକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନା ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଏହା ପରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଶହେ ଟଙ୍କା ଜୋରିମାନା ଦେଇ ମୁକୁଳିଥିଲା ଯୁବକ ।

ଖବର ଅନୁସାରେ, ସଂପୃକ୍ତ ଯୁବକ ସାବିତ୍ରୀ ଭାର ନେଇ ଉଭଣୀଘରକୁ ଆସିଥିଲେ । କିନ୍ତୁ ପରେ ପୁଲିସ ସହ କୌଣସି କାରଣରୁ ବାକଯୁଦ୍ଧ ହୋଇଥିଲା । ପରେ କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗର ଜୋରମାନା ଦେଇ ମୁକୁଳିଥିଲେ ସଂପୃକ୍ତ ଯୁବକ ।