ଭୁବନେଶ୍ୱର ଫାୟାର ଷ୍ଟେସନ ଛକରେ ମଦ ପିଇ ଯୁବକଙ୍କ ଉନ୍ମତକାଣ୍ଡ ଘଟଣା : ସ୍ପଷ୍ଟିକରଣ ରଖିଲେ ମନ୍ତ୍ରୀ ପଦ୍ମନାଭ ବେହେରା; କହିଲେ, ମଦ୍ୟପ ଯୁବକଙ୍କ ସହ ନାହିଁ କୌଣସି ସମ୍ପର୍କ

567

କନକ ବ୍ୟୁରୋ : ଗତକାଲି ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ନିକଟରେ ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପଦ୍ନନାଭ ବେହେରା । ମଦ ପିଇ ଯୁବକ ଜଣକ ହଙ୍ଗାମା କରୁଥିବାବେଳେ ବାରମ୍ବାର ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନାଁ ନେଇଥିଲେ । ଏପରିକି ନିଜକୁ ମନ୍ତ୍ରୀଙ୍କ ପୁତୁରା ବୋଲି କହି ପୋଲିସକୁ ନାଲିଆଖି ଦେଖାଇଥିଲେ । କାର୍ଯ୍ୟାନୁଷ୍ଠାନ ନେଲେ ପରିଣତି ଭୋଗିବାକୁ ଚେତାବନୀ ଦେଇଥିଲେ ।

ହେଲେ ସେହି ଯୁବକଙ୍କ ସହ କୌଣସି ସଂପର୍କ ନଥିବା ଆଜି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଏଭଳି ଖବର ପାଇବା ପରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ମନ୍ତ୍ରୀ । ସେ ତାଙ୍କର ସଂପର୍କୀୟ ନୁହନ୍ତି, ବରଂ ପୋଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତିବା ପାଇଁ ମିଛରେ ତାଙ୍କ ନାଁକୁ ବ୍ୟବହାର କରିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ କାହିଁକି ସେ ତାଙ୍କ ନେଲେ, ସେନେଇ ମଧ୍ୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।