କନକ ବ୍ୟୁରୋ : ଗତକାଲି ଭୁବନେଶ୍ୱର ଫାୟାର ଷ୍ଟେସନ ଛକ ନିକଟରେ ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ଡ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପଦ୍ନନାଭ ବେହେରା । ମଦ ପିଇ ଯୁବକ ଜଣକ ହଙ୍ଗାମା କରୁଥିବାବେଳେ ବାରମ୍ବାର ସଡକ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନାଁ ନେଇଥିଲେ । ଏପରିକି ନିଜକୁ ମନ୍ତ୍ରୀଙ୍କ ପୁତୁରା ବୋଲି କହି ପୋଲିସକୁ ନାଲିଆଖି ଦେଖାଇଥିଲେ । କାର୍ଯ୍ୟାନୁଷ୍ଠାନ ନେଲେ ପରିଣତି ଭୋଗିବାକୁ ଚେତାବନୀ ଦେଇଥିଲେ ।
ହେଲେ ସେହି ଯୁବକଙ୍କ ସହ କୌଣସି ସଂପର୍କ ନଥିବା ଆଜି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ଏଭଳି ଖବର ପାଇବା ପରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ମନ୍ତ୍ରୀ । ସେ ତାଙ୍କର ସଂପର୍କୀୟ ନୁହନ୍ତି, ବରଂ ପୋଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତିବା ପାଇଁ ମିଛରେ ତାଙ୍କ ନାଁକୁ ବ୍ୟବହାର କରିଛନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ କାହିଁକି ସେ ତାଙ୍କ ନେଲେ, ସେନେଇ ମଧ୍ୟ ତଦନ୍ତ କରିବାକୁ ସେ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/21-8.jpg)