୮ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ : ଦିନ ୧୧ଟାରେ କରୋନା ସ୍ଥିତି ନେଇ କରିବେ ସମୀକ୍ଷା

କରୋନାର ଦ୍ୱିତୀୟ ଲହର କମିନଥିବାରୁ ଚିନ୍ତାରେ କେନ୍ଦ୍ର ସରକାର

147

କନକ ବ୍ୟୁରୋ : ୮ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ପ୍ରଧାନମନ୍ତ୍ରୀଙ୍କ ବୈଠକ । ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍, ମଣିପୁର, ମେଘାଳୟ,ଅରୁଣାଚଳପ୍ରଦେଶ ଏବଂ ମିଜୋରାମ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରିବେ ।

ରାଜ୍ୟରେ କୋଭିଡ ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେବେ । ଏଯାଏଁ କୋଭିଡ ୧୯ ଦ୍ୱିତୀୟ ଲହର ଶେଷ ହୋଇନଥିବାରୁ ପ୍ରଧାନମନ୍ତ୍ରୀ ଏନେଇ ଲଗାତାର ବୈଠକ କରୁଛନ୍ତି । କ୍ୟାବିନେଟ ସମ୍ପ୍ରସାରଣ ପରେ କରୋନା ସ୍ଥିତି ଉପରେ ନଜର ରଖିବେ ଏବଂ ଏହାକୁ ଗମ୍ଭୀରତାର ସହ ନେବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ ।