ଦୀପାବଳିରେ ବାଣ ଫୁଟା ନେଇ ହାଇକୋର୍ଟ ନେବେ ଚୂଡ଼ାନ୍ତ ନିିଷ୍ପତ୍ତି । ଆଜି ଏନେଇ ହାଇକୋର୍ଟରେ ହେବ ଶୁଣାଣି 

178

କନକ ବ୍ୟୁରୋ : ଦୀପାବଳିରେ ବାଣ ଫୁଟା ନେଇ ହାଇକୋର୍ଟ ନେବେ ଚୂଡ଼ାନ୍ତ ନିଷ୍ପତ୍ତି । ଆଜି ଏନେଇ ହାଇକୋର୍ଟରେ ଚୂଡାନ୍ତ ଶୁଣାଣି ହେବ । ପୂର୍ବ ଶୁଣାଣି ବେଳେ ଏସଆରସିଙ୍କ ଉପରେ ନିଷ୍ପତ୍ତି ଛାଡ଼ିଥିଲେ କୋର୍ଟ  । ଏଥର ଦୀପାବଳିରେ ବାଣ ଫୁଟିବ କି ନାହିଁ, ଏସ୍ଆରସିଙ୍କ ଉପରେ ନିଷ୍ପତ୍ତି ଛାଡିଥିଲେ ହାଇକୋର୍ଟ । ଏହି ନିଷ୍ପତ୍ତି ବାବଦରେ ଏସ୍ଆରସି ଆଜି ଆବେଦନକାରୀଙ୍କ ପକ୍ଷକୁ ଅବଗତ କରାଇବେ । ଏହି ତଥ୍ୟ ହାଇକୋର୍ଟରେ ଉପସ୍ଥାପନ କରାଯିବ । ଦିନ ୨ଟା ବେଳେ ମାମଲା ଉପରେ ହାଇକୋର୍ଟରେ ଚୂଡାନ୍ତ ଶୂଣାଣି ହେବ ।

ପୂର୍ବ ଶୁଣାଣି ବେଳେ କେନ୍ଦ୍ର ସରକାର ତଥା ଡେପୁଟି ଚିଫ୍ କଂଟ୍ରୋଲର ଅଫ୍ ଏକ୍ସପ୍ଲୋସିଭ୍ ପକ୍ଷରୁ ସବୁଜ ବାଣ ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନଥିବା ଦର୍ଶାଇ ଏକ ସତ୍ୟାପାଠ ଦାଖଲ କରାଯାଇଥିଲା । ଏସ୍ଆରସି ବାଣ ବିକ୍ରି ଉପରେ ନିଷ୍ପତ୍ତି ନେବା ବେଳେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବିଚାରକୁ ନେବାକୁ କୁହାଯାଇଥିଲା । ଯଦି ବାଣ ବିକ୍ରିକୁ ଅନୁମତି ମିଳେ, ତେବେ କେବଳ କମ୍ ପ୍ରଦୂଷଣ କରୁଥିବା ସବୁଜ ବାଣି ବିକ୍ରି ହେବା ସହ ଫୁଟି ପାରିବ । କେବଳ ଲାଇସେନ୍ସପ୍ରାପ୍ତ କମ୍ପାନୀର ବାଣକୁ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ କିଣିପାରିବେ । ଏସବୁ ଭିତରେ ହାଇକୋର୍ଟଙ୍କ ଚୂଡାନ୍ତ ରାୟକୁ ଅପେକ୍ଷା କରାଯାଇଛି ।