କାଲିଠୁ ୫ଦିନ ବନ୍ଦ ରହିବ ହାଇକୋର୍ଟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଗଲା ନିଷ୍ପତ୍ତି ।

145

କନକ ବ୍ୟୁରୋ : କାଲିଠୁ ୫ଦିନ ହାଇକୋର୍ଟ ବନ୍ଦ । ଆସନ୍ତାକାଲିଠାରୁ ୧୭ ତାରିଖ ଯାଏଁ ବନ୍ଦ ରହିବ ଓଡ଼ିଶା ହାଇକୋର୍ଟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ହାଇକୋର୍ଟ ଏବଂ ଏହାର ସମସ୍ତ କାର୍ଯ୍ୟାଳୟ ମଧ୍ୟ ଏହି ସମୟ ମଧ୍ୟରେ ବନ୍ଦ ରହିବ ।

ତେବେ ରାଜ୍ୟରେ ଉପରମୁହାଁ ରହିଛି କରୋନା ମିଟର । ଚଳିତ ମାସ ପହିଲାରେ ରାଜ୍ୟରେ ୨୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏବେ ମାତ୍ର ୧୧ ଦିନ ପରେ ଆଜି ଏହି ସଂଖ୍ୟା ୯ ହଜାର ମୁହାଁ ହୋଇଛି । ଏପରିକି ଆଜି ୬୭ନୂଆ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଗକୁ ମଧ୍ୟ ସଂକ୍ରମଣ ଆହୁରି ବଢ଼ିବ ବୋଲି ସତର୍କ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।