ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଝଟକା । ନଜରବନ୍ଦୀକୁ ୩୦ ଦିନ ବଢାଇଲେ ଲାହୋର ହାଇକୋର୍ଟ

ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଝଟକା । ନଜରବନ୍ଦୀକୁ ୩୦ ଦିନ ବଢାଇଲେ ଲାହୋର ହାଇକୋର୍ଟ

source : google news

କନକ ବ୍ୟୁରୋ : ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବାର ମୁଖ୍ୟ ତଥା ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ ସଇଦକୁ ଝଟକା । ଲାହୋର ହାଇକୋର୍ଟ ହାଫିଜ ଉପରେ ଥିବ ନଜରବନ୍ଦୀକୁ ୩୦ ଦିନ ପାଇଁ ବଢାଇଦେଇଛନ୍ତି । ଅକ୍ଟୋବର ୨୪ ତାରିଖରେ ହାଫିଜ ଉପରେ ନଜରବନ୍ଦୀ ଅବଧୀ ସରିବାକୁ ଥିବାବେଳେ କୋର୍ଟ ଏହି ଅବଧିକୁ ବଢାଇ ଦେଇଛନ୍ତି । ପାକିସ୍ତାନ ସରକାର ଦୁଇଦିନ ତଳେ ଥିବା ଆତଙ୍କବାଦ ବିରୋଧୀ ଆଇନ ଅନୁଯାୟୀ ହାଫିଜ ଉପରେ ଥିବା ନଜରବନ୍ଦୀକୁ ହଟାଇଦେଇଥିଲେ । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସୟିଦକୁ ଆତଙ୍କବାଦର ସମସ୍ତ ମାମଲାରୁ ପାକିସ୍ତାନ ସରକାର ପୂର୍ବରୁ କ୍ଲିନଚିଟ ଦେଇଥିଲେ ।

publive-imageପାକିସ୍ତାନ ସରକାର ହାଫିଜକୁ ଆଉ ଆତଙ୍କବାଦୀଭାବେ ଗ୍ରହଣ କରିବେ ନାହିଁ । ଏବେ ଲାହୋରରେ ଗୃହବନ୍ଦୀ ହୋଇ ରହିଥିବା ହାଫିଜ୍ ଏବଂ ବିଭିନ୍ନ ଜେଲରେ ଥିବା ତା’ର ସହଯୋଗୀମାନଙ୍କୁ ଖଲାସ କରାଯିବାକୁ ଖୁବଶୀଘ୍ର ନିର୍ଦ୍ଦେଶନାମା ଜାରି ହେବାର ଥିଲା । ହାଫିଜ ବିରୋଧରେ ଆତଙ୍କବାଦୀ ନିୟନ୍ତ୍ରଣ ଆଇନ ବଳରେ ରୁଜୁ ହୋଇଥିବା ସମସ୍ତ ମାମଲାକୁ ସରକାର ପ୍ରତ୍ୟାହାର କରିନେଇଥିଲେ । ଲାହୋର ହାଇକୋର୍ଟରେ ହାଫିଜକୁ ଅଧିକ ଦିନ ଗୃହବନ୍ଦୀ କରି ରଖିବା ପାଇଁ କିଛିଦିନ ତଳେ କରାଯାଇଥିବା ଆବେଦନକୁ ସରକାର ପ୍ରତ୍ୟାହାର କରିନେବା ସହ ସମସ୍ତ ମାମଲା ପ୍ରତ୍ୟାହାର କରିଥିବାରୁ ଆତଙ୍କବାଦ ବିରୋଧୀ ଲଢ଼େଇରେ ପାକିସ୍ତାନର ଦୋମୁହାଁ ନୀତି ପଦାରେ ପଡ଼ିଯାଇଥିଲା ।

publive-imageଲାହୋର ହାଇକୋର୍ଟକୁ ପାକିସ୍ତାନ ସରକାର ହାଫିଜ ବିରୋଧରେ କୌଣସି ପ୍ରମାଣ ଦେଇନଥିବା ବେଳେ ଆତଙ୍କବାଦୀ ନିରୋଧ ଆଇନକୁ ପ୍ରତ୍ୟାହାର କରିନେଇଥିଲା। ହାଫିଜକୁ ଆଉ ଅଧିକ ଦିନ ଗୃହବନ୍ଦୀ କରି ନ ରଖିବାକୁ ବିଭିନ୍ନ ଆତଙ୍କବାଦୀ ସଂଗଠନର ଚାପ ଆଗରେ ପାକିସ୍ତାନ ସରକାର ମୁଣ୍ଡ ନୁଆଁଇଥିଲେ। । ଗତ ଜାନୁଆରିରୁ ହାଫିଜକୁ ଗୃହବନ୍ଦୀ କରି ରଖାଯାଇଥିଲା। ତା’ ବିରୋଧରେ ଅନେକ ବର୍ବର ଅପରାଧର ଲମ୍ବା ତାଲିକା ରହିଥିଲେ ମଧ୍ୟ ପାକିସ୍ତାନ ସରକାର କୋର୍ଟରେ କୌଣସି ପ୍ରମାଣ ଦାଖଲ କରିନଥିଲେ। ଭାରତ ସରକାର ହାଫିଜ୍ ବିରୋଧରେ ଅନେକ ବଳିଷ୍ଠ ପ୍ରମାଣ ପାକିସ୍ତାନକୁ ଦେଇଥିଲେ ମଧ୍ୟ ପାକ୍ ସରକାର ଏହାକୁ ତିଳେମାତ୍ର ଗୁରୁତ୍ୱ ଦେଇନାହାନ୍ତି। ହାଫିଜ ସୟିଦର ସଙ୍ଗଠନ ଜମାତ ଉଦ୍ ଦାଓ୍ଵାକୁ ଆମେରିକା ୨୦୧୪ରୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିସାରିଛି । ବିଭିନ୍ନ ଆତଙ୍କବାଦୀ କାଣ୍ଡରେ ହାଫିଜର ସଂପୃକ୍ତି ପାଇଁ ତା ମୁଣ୍ଡରେ ୧୦ ମିଲିୟନ ଡଲାର ପୁରସ୍କାର ରାଶି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe