କନକ ବ୍ୟୁରୋ : ପୁଣି ରାଜ୍ୟ ରାଜନୀତିକୁ ସରଗରମ କଲା ବଗଲା ଜମି ବିବାଦ । ପୁରୀ ଜିଲ୍ଲାପାଳଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଧର୍ମଶାଳା ବିକ୍ରି କରିଛ କି ନାହିଁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ । ଯଦି ଧର୍ମଶାଳା ବିକ୍ରି ହୋଇନାହିଁ ତାହା ବି ସତ୍ୟପାଠରେ ଉଲ୍ଲେଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ଏହାକୁ ନେଇ ଏବେ ଅଡୁଆରେ ପୁରୀ ଜିଲ୍ଲା ପ୍ରଶାସନ ଠାରୁ ସରକାର । ଅନ୍ୟପଟେ କିଛିଦିନ ତଳେ ଧର୍ମଶାଳାକୁ ବେଆଇନ ଭାବେ ବିକ୍ରି କରିଥିବା ଅଭିଯୋଗ କରି ସମସ୍ତ ବିରୋଧୀ ଦଳ ମାନେ ପୁରୀ ଠାରୁ ରାଜଧାନୀ ଯାଏ ହୋ ହାଲ୍ଲା କରୁଥିଲେ । ହେଲେ ଏନେଇ ପୁରୀ ଜିଲ୍ଲାପାଳ ଗଣମାଧ୍ୟମ ଆଗରେ ଦେଇଥିବା ସ୍ପଷ୍ଟୋକ୍ତି ବିଭ୍ରାନ୍ତି କରଥିଲା ।
ଏହାକୁ ନେଇ ହାଇକୋର୍ଟରେ ଯେଉଁ ଯାଚିକା ଦାୟର ହୋଇଥିଲା ତାହାର ପ୍ରଥମ ଶୁଣାଣି ଆଜି ହୋଇଛି । ଏନେଇ କୋର୍ଟ ପୁରୀ ଜିଲ୍ଲାପାଳଙ୍କୁ ଗୋଟିଏ ସପ୍ତାହ ସମୟ ଦେଇଛନ୍ତି । ଏହି ମାମଲାର ଶୁଣାଣି ଆସନ୍ତା ସପ୍ତାହରେ ହେବ ବୋଲି କୋର୍ଟ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/32-12.jpg)