ଭାଇରାଲ ଅଡିଓ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ତଦନ୍ତରେ ସହଯୋଗ କଲେ, ଗିରଫ ହେବେ ନାହିଁ; ୩ସପ୍ତାହ ପରେ ମାମଲାର କରାଯିବ ପୁଣି ଶୁଣାଣି

ଭାଇରାଲ ଅଡିଓ ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ: ତଦନ୍ତରେ ସହଯୋଗ କଲେ, ଗିରଫ ହେବେ ନାହିଁ; ୩ସପ୍ତାହ ପରେ ମାମଲାର କରାଯିବ ପୁଣି ଶୁଣାଣି

କନକ ବ୍ୟୁରୋ: ଏକ ଘରୋଇ ଟିଭି ଚାନେଲ୍‌ର ସୋସିଆଲ ମିଡିଆରେ ପ୍ରସାରିତ ରାଜ୍ୟ ସରକାରଙ୍କ କୋଭିଡ-୧୯ ଚିକିତ୍ସା ସମ୍ବନ୍ଧିତ ଭାଇରାଲ ଅଡିଓକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଏହି ଭାଇରାଲ ଅଡିଓରେ ଯେଉଁ ଦୁଇଜଣ ବ୍ୟକ୍ତିଙ୍କ ବାର୍ତ୍ତାଳାପ ରହିଛି ସେମାନେ ଗିରଫ ହୋଇ ଜାମିନରେ ମୁକୁଳି ସାରିଛନ୍ତି। ତେଣେ ମାମଲା ଏବେ ହାଇକୋର୍ଟରେ ପହଞ୍ଚିଛି। ସଂପୃକ୍ତ ଟିଭି ଚାନେଲରେ କାର୍ଯ୍ୟରତ ୩ ଜଣ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆଜି ଏହି ମାମଲାର ଶୁଣାଣି କରି ସେମାନଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ।

ଏହି ମାମଲାରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସମ୍ପୃକ୍ତ ଟିଭି ଚାନେଲ୍‌କୁ ନୋଟିସ୍‌ ଜାରି କରାଯିବା ସହ ଭୁବନେଶ୍ୱର ଡିସିପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇ ଭାଇରାଲ ଅଡିଓରେ ମିଥ୍ୟା ତଥ୍ୟ ରହିଛି ବୋଲି ଅଭିଯୋଗ ହୋଇଛି। ଏ ନେଇ ଗିରଫଦାରୀ ଆଶଙ୍କାରେ ଘରୋଇ ଚାନେଲରେ କାର୍ଯ୍ୟରତ ତିନିଜଣ କର୍ମଚାରୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ଉକ୍ତ ଆବେଦନର ଶୁଣାଣି କରି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ ଆବେଦନକାରୀ ଥାନାକୁ ଯାଇ ପୁଲିସକୁ ତଦନ୍ତରେ ସହଯୋଗ କରନ୍ତୁ, ସେମାନଙ୍କୁ ଗିରଫ କରାଯିବ ନାହିଁ।

ଅନ୍ତରୀଣ ସୁରକ୍ଷା ନେଇ ହାଇକୋର୍ଟ କହିଛନ୍ତି ଯେ ସିଆରପିସି ଧାରା ୧୬୦ ଅଧିନରେ ନୋଟିସ ଆସିଥିବାରୁ ଆବେଦନକାରୀ ତଦନ୍ତକାରୀ ଅଧିକାରୀଙ୍କୁ ଆଇନରେ ବ୍ୟବସ୍ଥା ଅନୁସାରେ ସହଯୋଗ କରନ୍ତୁ, ସେମାନଙ୍କର ଗିରଫଦାରୀ ହେବ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ କରାଯିବ ବୋଲି ସ୍ଥିରୀକୃତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe