ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା । ହାଇକୋର୍ଟରେ ବ୍ୟକ୍ତିଗତ ହାଜର ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ

125

କନକ ବ୍ୟୁରୋ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା । ହାଇକୋର୍ଟରେ ବ୍ୟକ୍ତିଗତ ହାଜର ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ । ତଦନ୍ତର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ । ଆସନ୍ତା ୧୮ରେ ମାମଲାର ପରବର୍ତୀ ଶୁଣାଣୀ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମାମଲା ରୁଜୁ ହୋଇଥିଲା ।

ଗତ କିଛି ଦିନ ତଳେ ଓଟିଭି ଅଫିସରେ କାର୍ୟ୍ୟ କରୁଥିବା ଜଣେ ମହିଳା ଲକଡାଉନ ସମୟରେ ତାଙ୍କ ଝିଅକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ କରିଥିଲେ । ଏଥିରେ ଜଣେ ପୁଲିସ କର୍ମଚାରୀ, ଓଟିଭିର କିଛି କର୍ମଚାରୀଙ୍କ ସହ ୭ଜଣ ସାମିଲ ଥିବା ଅଭିଯୋଗ କରିଥିଲେ ।

ଅଗଷ୍ଟ ୩୦ ତାରିଖରେ ମହିଳାଜଣକ ମହିଳା ଥାନରା ଲିଖିତ ଅଭିଯୋଗ କରିଥିଲେ । ଘଟଣାରେ ମହିଳା କମିଶନ ଓଟିଭିର ଏମଡି ଜାଗିମଙ୍ଗତ ପଣ୍ଡାଙ୍କୁ ହାଜର ପାଇଁ ନୋଟିସ ଜାରି କରିଥିଲେ । ସେପଟେ ଥାନାରେ ଅଭିଯୋଗ ପରେ କମିଶନରେଟ ପୁଲିସ ଘଟଣାରେ କିଛି ଟେର ପାଇନଥିଲା । ଶେଷରେ ତଦନ୍ତ ପାଇଁ ମାମଲା କ୍ରାଇମବ୍ରାଂଚକୁ ଦିଆଯାଇଥିଲା ।