କଂଗ୍ରେସର ବନ୍ଦ ଡ଼ାକରାକୁ ନେଇ ହାଇକୋର୍ଟଙ୍କ ତାଗିଦ୍: କହିଲେ, ଜୋର ଜବରଦସ୍ତ ବନ୍ଦ କରିବା ବେଆଇନ୍

Advertisment
କଂଗ୍ରେସର ବନ୍ଦ ଡ଼ାକରାକୁ ନେଇ ହାଇକୋର୍ଟଙ୍କ ତାଗିଦ୍: କହିଲେ, ଜୋର ଜବରଦସ୍ତ ବନ୍ଦ କରିବା ବେଆଇନ୍

କନକ ବ୍ୟୁରୋ: କଂଗ୍ରେସର ବନ୍ଦ ଡାକରା ବିରୋଧରେ କଟକର ଜଣେ ବ୍ୟବସାୟୀଙ୍କ ଜନସ୍ୱାର୍ଥ ମାମଲାର ତ୍ୱରିତ ଶୁଣାଣି କରିଛନ୍ତି ହାଇକୋର୍ଟ । ବଳପୂର୍ବକ ବନ୍ଦ ବେଆଇନ ବୋଲି କହିଛନ୍ତି ଉଚ୍ଚ ନ୍ୟାୟାଳୟ । ବନ୍ଦପାଳନ ନେଇ କେରଳ ହାଇକୋର୍ଟଙ୍କ ଜଜ୍ମେଂଟ ଏବଂ ସୁପ୍ରିମକୋର୍ଟଙ୍କ ଅଭିମୁଖ୍ୟ ସଂପର୍କରେ ସମସ୍ତ ପକ୍ଷକୁ ଜଣାଇଛନ୍ତି ଓଡ଼ିଶା ହାଇକୋର୍ଟ । ନଜର ପକାନ୍ତୁ, ମାମଲାର ଶୁଣାଣି କରି କ’ଣ କହିଛନ୍ତି ହାଇକୋର୍ଟ ।

ହାଇକୋର୍ଟଙ୍କ ତାଗିଦ
ଅଖ ଚକ ବନ୍ଦ ସଂପୂର୍ଣ୍ଣ ବେଆଇନ୍
ଦୋକାନ, ବଜାର ବନ୍ଦ ରଖିବାକୁ କାହାକୁ ବାଧ୍ୟ କରାଯିବନି
ଗାଡ଼ି ଚଳାଚଳକୁ ଜୋର ଜବରଦସ୍ତ ରୋକାଯାଇ ପାରିବନି
ଲୋକଙ୍କୁ ବଳପୂର୍ବକ ଅଟକାଯାଇ ପାରିବନି
ରାସ୍ତା, ରେଳ, ବିମାନ ଚଳାଚଳରେ ବାଧା ସୃଷ୍ଟି କରାଯିବନି
ସାଧାରଣ ଜୀବନଯାତ୍ରାରେ ବ୍ୟାହତ ସୃଷ୍ଟି କରାଯିବନି

ଶୁଣାଣି ବେଳେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଂଜୀବ ବିଶ୍ୱାଳ ଦଳର ପକ୍ଷ ରଖିଛନ୍ତି । ବନ୍ଦ ପାଳନ ପାଇଁ ଦଳ ପକ୍ଷରୁ କାହାକୁ ବାଧ୍ୟ କରାଯିବନି ଏବଂ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯିବ ବୋଲି ହାଇକୋର୍ଟଙ୍କୁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଜୋର ଜବରଦସ୍ତ ଅଭିଯୋଗ ଆସିଲେ ଏଥିପ୍ରତି ଦୃଷ୍ଟି ଦେବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe