କନକ ବ୍ୟୁରୋ: ସମବାୟ ମନ୍ତ୍ରୀଙ୍କୁ ହାଇକୋର୍ଟଙ୍କ ନୋଟିସ୍ । ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତଙ୍କୁ ନୋଟିସ୍ ଜାରି କରିଛନ୍ତି ମାନ୍ୟବର ହାଇକୋର୍ଟ । ନିର୍ବାଚନ ଅନିୟମିତତା ମାମଲାରେ ଜାରି ହୋଇଛି ନୋଟିସ୍ । ସୁକିନ୍ଦାରୁ ନିର୍ବାଚିତ ହୋଇଛନ୍ତି ମନ୍ତ୍ରୀ ପ୍ରଦୀପବଳ ସାମନ୍ତ । ସତ୍ୟପାଠରେ ଅପରାଧିକ ତଥ୍ୟ ଲୁଚାଇଥିବା ହୋଇଥିଲା ଅଭିଯୋଗ । ପୂର୍ବତନ ସୁକିନ୍ଦା ବିଜେଡି ବିଧାୟକ ପ୍ରୀତି ରଞ୍ଜନ ଘଡ଼ାଇ ଆଣିଥିଲେ ଅଭିଯୋଗ । ଆସନ୍ତା ସେପ୍ଟେମ୍ବରରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ହାଇକୋର୍ଟଙ୍କ ନିଷ୍ପତ୍ତି ।