ହାଇକୋର୍ଟ ଗଲା ବର୍ଦ୍ଧିତ ବିଦ୍ୟୁତ୍ ବିଲ୍  ମାମଲା । ପିଟିସନ୍ ଦାଖଲ କଲା ଭାରତୀୟ ବିକାଶ ପରିଷଦ । ବୃଦ୍ଧି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି

93

କନକ ବ୍ୟୁରୋ : ରାଜ୍ୟରେ ବୃଦ୍ଧି କରାଯାଇଥିବା ବିଦ୍ୟୁତ୍ ବିଲକୁ  ବିଭିନ୍ନ ରାଜନୈତିକ ଦଳମାନେ ବିରୋଧ କରୁଥିବା ବେଳେ ଏହାକୁ ନେଇ ହାଇକୋର୍ଟରେ ପହଂଚିଛି ଭାରତୀୟ ବିକାଶ ପରିଷଦ । ହାଇକୋର୍ଟରେ ଦାଖଲ ହୋଇଥିବା ପିଟିସନରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ କୁହାଯାଇଛି କି ବର୍ତ୍ତମାନ ପରିସ୍ଥିତିରେ ବିଦ୍ୟୁତ୍ ଶ୍ଳୁକ ବୃଦ୍ଧି କରିବା ଯୁକ୍ତିଯୁକ୍ତ ନୁହେଁ । ଏଭଳି ନିଷ୍ପତ୍ତିକୁ ରଦ୍ଦ କରିବାକୁ କୋର୍ଟରେ ଆବେଦନକାରୀ ପ୍ରାଥନା କରିଛନ୍ତି । ଦାଖଲ ହୋଇଥିବା ପିଟିସନର ଶକ୍ତି ବିଭାଗର ସଚିବଙ୍କ ସହ ୬ ଜଣଙ୍କୁ ପକ୍ଷଭୂକ୍ତ କରାଯାଇଛି   । ଯୁକ୍ତି ରଖା ଯାଇଛି କି ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ବିଦ୍ୟୁତ୍ ଉତ୍ପାଦନ ବେଶ ଭଲଥିବା ବେଳେ କାହିଁକି ବିଦ୍ୟୁତ୍ ବିଲ୍ ବୃଦ୍ଧି କରାଯିବ । ତେଣୁ ବର୍ତ୍ତମାନ ବିଦ୍ୟୁତ୍ ବିଲ୍ ବୃଦ୍ଧି ନକରିବାକୁ ଆବେଦନକାରୀ ଦାବି କରିଛନ୍ତି ।
କହିରଖୁ କି ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ୟୁନିଟ୍ ପିଛା ୩୦ ପଇଷା ବିଦ୍ୟୁତ୍ ବିଲ୍ ବୃଦ୍ଧି କରାଯାଇଛି । ଯାହାକି ଏପ୍ରିଲ ୪ ତାରିଖ ଠାରୁ ଲାଗୁ ହୋଇଛି । ଏହି ବର୍ଦ୍ଧିତ ବିଲକୁ ସ୍ଥଗିତ ରଖିବାକୁ ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଂକର ମିଶ୍ର ଓଡିଶା ବିଦ୍ୟୁତ୍ ନିୟାମକ (ଓଇଆରସି) ଙ୍କ ନିକଟକୁ ଚିଠି ଲେଖିଛନ୍ତି ।