କନକ ବ୍ୟୁରୋ: ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କୁ ହାଇକୋର୍ଟ ପଠାଇଛନ୍ତି ନୋଟିସ୍ । ତାଙ୍କଠାରୁ ପରାଜିତ ବିଜେଡି ପାର୍ଥି ସରୋଜ ମେହେର କରିଥିବା ମାମଲା ଆଧାରରେ ଏହି ନୋଟିସ କରିଛନ୍ତି କୋର୍ଟ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୩୦ ତାରିଖରେ ହେବ । ଏହି ଦିନ ମଧ୍ୟରେ ଉତ୍ତର ରଖିବାକୁ କେଭି ସିଂହଦେଓଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେଭି ସିଂହଦେଓ ନିର୍ବାଚନ ସତ୍ୟପାଠ ସମ୍ପତ୍ତି ତାଲିକା ଭୁଲ ଦର୍ଶାଯାଇଥିବା ଦର୍ଶାଇ ବିଜେଡି ପାର୍ଥି ସରୋଜ ମେହେର୍ ମାମଲା ଦାଏର କରିଥିଲେ ।
୨୦୨୪ ନିର୍ବାଚନରେ ସରୋଜ ମେହେର ପାଟଣାଗଡ ନିର୍ବାଚନ କ୍ଷେତ୍ରରୁ କେଭି ସିଂଦେଓଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଏଥିରେ ସେ ସିଂଦେଓଙ୍କଠାରୁ ୧୩୫୭ ଭୋଟରେ ହାରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/55-2.jpg)