କନକ ବ୍ୟୁରୋ: ଫାଇନ୍ ଇଣ୍ଡିଆ ଚିଟଫଣ୍ଡ ଠକେଇ ମାମଲାରେ ନାସିର ଖାଁକୁ ମିଳିଲା ସର୍ତ୍ତମୂଳକ ଜାମିନ୍ । ହାଇକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ବହୁ ଚର୍ଚିତ ଏହି ଠକେଇ ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିଲେ ନାସିର ଖାଁ । ଠକେଇ ପଇସାରେ ନାସିର ଖାଁ ବଲିଉଡ ଫିଲ୍ମ ନିର୍ମାଣ କରିଥିଲେ ।
ନାସିର ଖାଁ ଫାଇନ ଇଣ୍ଡିଆ କଂପାନୀ ନାଁରେ ୫୦୦ କୋଟି ଟଂକାର ଠକେଇ କରିଛନ୍ତି । ୨୦୦୯ ମସିହା ଅକ୍ଟୋବର ୨୦ରେ ନାସିରଙ୍କୁ ପ୍ରଥମେ କ୍ରାଇମବ୍ରାଂଚ କଟକରୁ ଗିରଫ କରିଥିଲା । ଜମାକାରୀଙ୍କଠୁ ଟଂକା ଆଣି ଅଧିକ ସୁଧ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଜମାକାରୀଙ୍କ ପଇସାକୁ ଅନ୍ୟତ୍ର ନିବେଶ କରାଇଥିଲେ । ଏହି ପଇସାରେ ସେ ବଲିଉଡର ‘ସାଡୋ’ ନାମରେ ଏକ ଚଳଚ୍ଚିତ୍ର ତିଆରି କରିଥିଲେ । ଯେଉଁଥିରେ ସେ ମଧ୍ୟ ନିଜେ ଜଣେ ଅନ୍ଧ ଭାବରେ ଅଭିନୟ କରିବା ସହିତ ଲିଡ୍ ରୋଲରେ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/19-19.jpg)