କନକ ବ୍ୟୁରୋ : ବୃଦ୍ଧ ବାପା, ମାଆଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ପୁଅ, ବୋହୂଙ୍କ ଉଦ୍ଦେଶ୍ୟରେ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ । ମା ଙ୍କ ଅର୍ଜିତ ସମ୍ପତ୍ତିରେ ପୁଅ, ବୋହୂଙ୍କର କୌଣସି ଆଇନଗତ ଅଧିକାର ନାହିଁ । ମା ଚାହିଁଲେ ନିଜ ସମ୍ପତ୍ତିରୁ ପୁଅ, ବୋହୂଙ୍କୁ ବେଦଖଲ କରିପାରିବେ। ନିଜ ଘରୁ ବାହାର ବି କରିପାରିବେ ବୋଲି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ। ବିଚାରପତି ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା ଆବେଦନକାରୀ ପୁଅ-ବୋହୂ ଚନ୍ଦ୍ରମଣି ସାମଲ ଓ ତାଙ୍କ ପତ୍ନୀଙ୍କ ପିଟିସନ୍‌କୁ ଖାରଜ କରି ତଳ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ହାଇକୋର୍ଟ କହିଛନ୍ତି, ହିନ୍ଦୁ ଉତ୍ତରାଧିକାରୀ ଆଇନର ଧାରା-୧୪ ଅନୁଯାୟୀ ମାଙ୍କ ନାମରେ ଥିବା ସମ୍ପତ୍ତିର ସେ ପୂର୍ଣ୍ଣ ମାଲିକାଣୀ ଏବଂ ସେହି ଘରେ ରହିବା ପାଇଁ ପୁଅ, ବୋହୂଙ୍କର ଆଇନଗତ ଅଧିକାର ନାହିଁ। ଆଉ ଯଦି ବୟସ୍କ ପିତାମାତାଙ୍କୁ ସନ୍ତାନ ନିର୍ଯାତନା ଦେଉଥିବେ, ତାହାଲେ ସେମାନଙ୍କୁ ସମ୍ପତ୍ତିରୁ ବେଦଖଲ କରାଯାଇପାରିବ ବୋଲି ହାଇକୋର୍ଟ ଦର୍ଶାଇଛନ୍ତି । 

Advertisment

୧୯୮୯ ମସିହାରେ ପଞ୍ଜୀକୃତ ବିକ୍ରୟ ପତ୍ର ମାଧ୍ୟମରେ ଏକ ଜମି କିଣିଥିଲେ ଆବେଦନକାରୀ। ସେଠାରେ ଘର କରି ସ୍ବାମୀଙ୍କ ସହ ରହିଆସୁଛନ୍ତି । ପୁଅ, ବୋହୂ ପ୍ରେମ ବିବାହ କରି ସହି ଘରେ ରହୁଛନ୍ତି। ପରେ ପୁଅ, ବୋହୂ, ସେମାନଙ୍କୁ ନିର୍ଯାତନା ଦେବା ସହ ଘରୁ ବାହାର କରିଦେବାକୁ ଧମକ ଦେଇଥିଲେ। ପରେ ଏହାକୁ ନେଇ ଗ୍ରାମସଭା ବସିଥିଲା। ପୁଅ, ବୋହୂ ଆଉ ନିର୍ଯାତନା ଦେବେନି ବୋଲି କହିଥିଲେ। ମାତ୍ର ସେମାନଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ହୋଇନଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ବାପା ମାଆ ନିଜ ଘର ଛାଡି ଭଡ଼ା ଘର ନେଇ ରହିବାକୁ ବାଧ୍ୟହେଲେ। ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଶେଷରେ ଆଇନର ଆଶ୍ରୟ ନେଇଥିଲେ। ଯାହାକୁ ନେଇ ହାଇକୋର୍ଟ ଏବେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । 

ଅଧିକ ପଢ଼ନ୍ତୁ---ଭୂତ ଭୟ ଭିତରେ ଗାଁରେ ପ୍ରଶାସନ, କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରାୟଗଡ଼ା ମାରିଗୁଡ଼ାରେ ପହଂଚି ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ