କନକ ବ୍ୟୁରୋ: ହାଇକୋର୍ଟ ବାର ଆସୋସିଏସନ ନିର୍ବାଚନ । ସଭାପତି, ସମ୍ପାଦକ ସହ ୧୫ଟି ପଦବୀ ପାଇଁ ମତଦାନ ଆରମ୍ଭ ହୋଇଛି । ଅପରାହ୍ନ ୩ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଏବଂ ସଂଧ୍ୟା ୫ଟାରୁ ଗଣତି ଆରମ୍ଭ ହେବ । ୧୫ଟି ପଦବୀ ପାଇଁ ନିର୍ବାଚନ ହେଉଥିବା ବେଳେ ୪୬ ପ୍ରତିଦ୍ୱନ୍ଦି ପ୍ରତିଯୋଗୀତା କରୁଛନ୍ତି । ସଭାପତି ଓ ସମ୍ପାଦକ ପଦବୀ ପାଇଁ ୪ ଜଣ ଲେଖାଏଁ ପ୍ରାର୍ଥୀ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଆଇନଜୀବୀ ପ୍ରଶାନ୍ତ କୁମାର ଜେନା ଏହି ସୂଚନା ଦେଇଛନ୍ତି ।
ଆଜି ହାଇକୋର୍ଟ ବାର୍ ଆସୋସିଏସନ ନିର୍ବାଚନ । ୧୫ଟି ପଦବୀ ପାଇଁ ୪୬ ପ୍ରତିଦ୍ୱନ୍ଦ୍ୱି ।
/kanak/media/post_attachments/wp-content/uploads/2024/03/12-28.jpg)