କାହିଁକି ବନ୍ଦ ହେବ ହାଇକୋର୍ଟ ? ସାରା ଓଡ଼ିଶାରୁ ଉଠିଲା ସ୍ୱର ! ଓକିଲ ଆନ୍ଦୋଳନରେ ଫାଟ, ଇସ୍ତଫା ଦେଲେ ବାର ଆସୋସିଏସନ୍ ଉପସଭାପତି ।

47

କନକ ବ୍ୟୁରୋ : ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଭିନ୍ନ ମୋଡ ନେଇଛି । ଦୁଇ ମାସ ଧରି କୋର୍ଟ କାର୍ଯ୍ୟ ଠପ୍ କରିଦେବା ପରେ ଦୁଇ ଫାଳ ହୋଇଯାଇଛି ହାଇକୋର୍ଟ ବାର୍ ଆସୋସିଏସନ୍ । ଆନ୍ଦୋଳନରୁ ଓହରି ଦିନେ ଦୁଇ ଦିନ ଭିତରେ କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତି ନେଇଛି ବିଜେଡି ଲିଗାଲ୍ ସେଲ । ହାଇକୋର୍ଟ ବାର ଆସୋସିଏସନ୍ ଦି’ଫାଳ । କାର୍ଯ୍ୟରେ ଯୋଗ ଦେବାକୁ ବିଜୁ ଲିଗାଲ୍ ସେଲର ନିଷ୍ପତି । ଦୁଇ ମାସ ଧରି କୋର୍ଟ କାର୍ଯ୍ୟ ବନ୍ଦ କରିବା ପରେ ଦୁଇ ଭାଗ ହୋଇଯାଇଛି ଓକିଲ ସଂଘ ।

ଗତକାଲି ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତଳିକା ଦାହ ଓ ନବୀନ ନିବାସ ଘେରାଉ ନେଇ ଗଣମାଧ୍ୟମରେ ବାର ଆସୋସିଏସନର ସଂପାଦକଙ୍କ ପ୍ରତିକ୍ରିୟାକୁ ବିରୋଧ କରିଛନ୍ତି ଉପସଭାପତି । ପଦରୁ ଇସ୍ତଫା ଦେଇ ସେ କହିଛନ୍ତି ଗତକାଲି ଏ ନେଇ କୌଣସି ପ୍ରସ୍ତାବ ପାରିତ ହୋଇନଥିଲା । ସେପଟେ ଆଇନଜୀବୀଙ୍କ ଆନ୍ଦୋଳନରେ ରାଜନୀତିର ଗନ୍ଧ ବାରି ହେଉଛି ବୋଲି ଅଭିଯୋଗ କରିଛି ବିଜେଡି ଲିଗାଲ୍ ସେଲ୍ । ଆନ୍ଦୋଳନରୁ ଓହରି ଯାଇ ସୋମବାର କି ମଙ୍ଗଳବାର କୋର୍ଟ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତି ନେଇଛନ୍ତି ବିଜେଡି ଲିଗାଲ୍ ସେଲର କର୍ମକର୍ତା ।

ସେପଟେ ଶୀଘ୍ର ହାଇକୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ଦାବି କରିଛନ୍ତି ସାରା ରାଜ୍ୟର ବୁଦ୍ଧିଜୀବୀ । ଆଉ ଏହାରି ଭିତରେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, କେବେ ଖୋଲିବ ହାଇକୋର୍ଟ? ଏହା ସହ ସ୍ୱର ଉଠାଇଲା ସାରା ଓଡ଼ିଶା । ଦୁଇ ମାସ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ଆଇନଜୀବୀ । ଠପ୍ ହୋଇପଡିଛି ହାଇକୋର୍ଟ । ବେଲ ମିଳୁନଥିବାରୁ ମାସ ମାସେ ଧରି ଜେଲରେ ସଢ଼ୁଛନ୍ତି ଛୋଟ ଛୋଟ ମାମଲାରେ ଛନ୍ଦି ହୋଇଥିବା ଅଭିଯୁକ୍ତ । ଆଉ ଚିନ୍ତରେ ରହିଛନ୍ତି ବିଚାରାଧୀନ କଏଦୀଙ୍କ ପରିବାର ଲୋକ । ଗୋଟିଏ ପଟେ ଆଇନଜୀବୀଙ୍କ ଜିଦ୍, ଅନ୍ୟପଟେ ଲୋକଙ୍କ ନାହିଁ ନଥିବା ସମସ୍ୟା । ଏହାରି ଭିତରେ ଛନ୍ଦି ହୋଇ ପଡିଛି ରାଜ୍ୟର ଆଇନ ବ୍ୟବସ୍ଥା ।