ହାଇ ବ୍ଲଡ ପ୍ରେସର କାହିଁକି ସାଜେ ସାଇଲେଣ୍ଟ କିଲର? ଏହି ୫ଟି କଥା ଉପରେ ଧ୍ୟାନ ରଖନ୍ତୁ… 

1,663
କନକ ବ୍ୟୁରୋ : ହାଇ ବ୍ଲଡ୍ ପ୍ରେସର ଅର୍ଥା ଉଚ୍ଚ ରକ୍ତଚାପ, ଯାହାକୁ ହାଇପରଟେନସନ୍ ବି କୁହାଯାଇଥାଏ । ସେ ପୁରୁଷ ହୁଅନ୍ତୁ କି ମହିଳା ଅଜିକାଲି ପ୍ରାୟ ଲୋକ ବ୍ଲଡ୍ ପ୍ରେସରରେ ଆକ୍ରାନ୍ତ । କମ୍ ବୟସ୍କଙ୍କଠାରେ ବି ଉଚ୍ଚ ରକ୍ତଚାପ ଥିବା ନଜିର ରହିଛି । ୨୦୧୭ରେ ହୋଇଥିବା ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରତି ୮ଜଣ ଭାରତୀଙ୍କ ମଧ୍ୟରୁ ଜଣଙ୍କ ଠାରେ ଉଚ୍ଚ ରକ୍ତଚାପ ଦେଖିବାକୁ ମିଳିଥାଏ । ଅର୍ଥାତ୍ ଦେଶରେ ପ୍ରାୟ ୨୦ କୋଟି ଲୋକ ହାଇ ବ୍ଲଡପ୍ରେସରେ ଘଣ୍ଟି ହେଉଛନ୍ତି ।
ବୟସ ବଢିବା ସହ ଉଚ୍ଚ ରକ୍ତଚାପ ବିପଦ ଆଣିଥାଏ । ଖାସକରି ୪୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଲୋକଙ୍କ ପାଇଁ ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ ଅଧିକ ବିପଦ ସୃଷ୍ଟି କରିଥାଏ । ସବୁଠୁ ଚିନ୍ତାଜନକ କଥା ହେଉଛି, ଏହି ରୋଗ ଶରୀରରେ ଅନେକ ବର୍ଷ ଧରି ଗୁପ୍ତ ଭାବେ ରହିଥାଏ । କିଛି ଜଣାପଡିନଥାଏ । ସେଥିପାଇଁ ଏହାକୁ ସାଇଲେଣ୍ଟ କିଲର ବୋଲି କୁହାଯାଇଥାଏ ।
ସମୟ ସହ ବଢୁଥିବା ବ୍ଲଡପ୍ରେସର ଶରୀରରେ ଅନ୍ୟ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ରକ୍ତ ନଳୀରେ ଛୋଟ ଛୋଟ ବବଲ୍ସ ସୃଷ୍ଟି ହୋଇଥାଏ । ଯାହାକୁ ଆନ୍ୟୁରିସ୍ମ କୁହାଯାଏ । ବ୍ଲଡପ୍ରେସର ବଢିଲେ ହୃତପିଣ୍ଡର ଆକାର ବଢିଯାଏ । ଯେଉଁଥିପାଇଁ ହାର୍ଟ ଫେଲର ଆଶଙ୍କା ବୃଦ୍ଧି ପାଇଥାଏ । କୀଡନୀ କାମ କରିବା ବନ୍ଦ କରିଦେଇଥାଏ । ଆଖିର ସ୍ନାୟୁ ଦୁର୍ବଳ ହୋଇଯାଏ । ଦୃଷ୍ଟିଶକ୍ତି କମିଯାଏ । ହାଇ ବ୍ଲଡପ୍ରେସରରେ ରୋଗୀ ଅନ୍ଧ ହୋଇଯିବାର ନଜିର ମଧ୍ୟ ରହିଛି ।
କେମିତି ବଢେ ରକ୍ତଚାପ?
ଅଧିକ ଲୁଣ ଖାଇବା, ମଦ ପିଇବା, ଶରୀରରେ ପୋଟାସିୟମ୍ କମ ହେବା, କମ୍ ଏକସରସାଇଜ୍ କରିବା, ମୋଟାପଣ  ଉଚ୍ଚ-ରକ୍ତଚାପକୁ ବଢାଇ ଦେଇଥାଏ ।
୧୨୦/୮୦ରୁ କମ ଥିଲେ ସାମାନ୍ୟ ରକ୍ତଚାପ ବୋଲି କୁହାଯାଏ । ୧୨୦ ରୁ ୧୨୯ ମଧ୍ୟରେ ଥିଲେ ସିଷ୍ଟୋଲିକ୍ ରିଡିଂ ଏବଂ ୮୦ରୁ କମ୍ ଥିଲେ ଡାୟଷ୍ଟୋଲିକ ରିଡିଂ ବୋଲି କୁହାଯାଇଥାଏ । ଆଉ ଯହି ୧୩୦/୮୦ ରହିଥାଏ ତେବେ ତାହାକୁ ହାଇ ବ୍ଲଡପ୍ରେସର ବା ଉଚ୍ଚ ରକ୍ତଚାପ ବୋଲି କୁହାଯାଏ । ୬୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମେଡିସିନ୍ ଖାଇବା ନିହାତି ଜରୁରୀ ହୋଇଥାଏ ।
ବ୍ଲଡପ୍ରେସରୁ କେମିତି ରହିବେ ଦୂରରେ : 
୧- କମ୍ ଫ୍ୟାଟ୍ ଯୁକ୍ତ ଖାଦ୍ୟ ଖାଇବା । ଯେପରିକି ଫଳ-ମୂଳ ସହ ତଟକା ପନିପରିବା, ସାଗ ଇତ୍ୟାଦି ।
୨-   ଶରୀରରେ ସୋଡିୟମର ମାତ୍ରା ନିୟନ୍ତ୍ରଣ ରଖିବା, ୧୫୦୦ ମିଲିଗ୍ରାମ୍ ସୋଡିୟମ୍ ଶରୀର ପାଇଁ ଠିକ୍ ହୋଇଥାଏ ।
୩- ଓଜନ୍ କମ୍ କରିବା ନିହାତି ଆବଶ୍ୟକ ହୋଇଥାଏ ।
୪- ମଦ ଏବଂ ସିଗରେଟ୍ ଠାରୁ ଦୂରରେ ରୁହନ୍ତୁ
୫- ଯୋଗ, ପ୍ରାଣାୟମ୍ ଏବଂ ବାୟାମ୍ ନିୟମିତ କରିବା ଆବଶ୍ୟକ
ଏହିସବୁ ଜିନିଷ ଉପରେ ଧ୍ୟାନ ରଖିଲେ ଉଚ୍ଚ-ରକ୍ତଚାପଠୁ ଦୂରେଇ ରହିହେବ । ନଚେତ୍ ଜୀବନଯାକ ଆପଣଙ୍କୁ ମେଡିସିନ୍ ଖାଇବାକୁ ପଡିପାରେ