ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ହାଇ ଆଲର୍ଟରେ ରଖିଲେ ରାଜ୍ୟ ସରକାର ।

744

କନକ ବ୍ୟୁରୋ: ସାମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକୁ ହାଇ ଆଲର୍ଟରେ ରଖିଲେ ରାଜ୍ୟ ସରକାର । ବାତ୍ୟା ମୁକାବିଲା ପାଇଁ ସବୁ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି । ତେବେ ବାତ୍ୟା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ଏସଆରସି । ଏସଆରସି କହିଛନ୍ତି, ବର୍ତ୍ତମାନ ୩୯ ମତ୍ସଜୀବୀ ସମୁଦ୍ର ଭିତରେ ଅଛନ୍ତି । ସେମାନଙ୍କୁ କାଲି ସୁଦ୍ଧା ଫେରାଇ ଆଣିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଛି । ଭାରତୀୟ କୋଷ୍ଟ ଗାର୍ଡର ଦୁଇଟି ଉଡା ଜାହାଜ ଓ ଜାହାଜ ମଧ୍ୟ ବଙ୍ଗୋପ ସାଗରରେ ପଇନ୍ତରା ମାରୁଛନ୍ତି ।