ମାଓବାଦୀଙ୍କ ଲଙ୍କାକାଣ୍ଡ ପରେ ଓଡିଶା-ଆନ୍ଧ୍ର ସୀମାରେ ହାଇଆଲର୍ଟ । ଯବାନଙ୍କୁ ସତର୍କ ରହିବା ସହ କମ୍ବିଂ ଜୋରଦାର କରିବା ପାଇଁ ଦିଆଗଲା ନିର୍ଦ୍ଦେଶ

ସିଆରପିଏଫ ଯବାନଙ୍କୁ ବଡସଫଳତା । । ନୂଆପଡା ଭଇଁଷାଦାନୀ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପକୁ ଠାବ କଲେ, ବପୁଳ ଅସ୍ତ୍ରଶସ୍ତ୍ର ଜବତ କଲେ ।

କନକ ବ୍ୟୁରୋ : ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ବର୍ବରକାଣ୍ଡ ପରେ କୋରାପୁଟରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଆନ୍ଧ୍ରରେ ଏକ ବଡ ଧରଣର ଆକ୍ରମଣ କରିବା ପରେ ମାଓବାଦୀମାନେ ଓଡ଼ିଶା ମୁହାଁ ହେବାର ଆଶଙ୍କା ଥିବାରୁ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ସେହିପରି କମ୍ବିଂକୁ ଜୋରଦାର କରାଯିବା ସହ ବିଭିନ୍ନ ସୁରକ୍ଷା ବଳକୁ ସତର୍କ କରାଇ ଦିଆଯାଇଛି।

publive-imageଓଡ଼ିଶା ସୀମାନ୍ତରେ ଥିବା ଆରକୁର ବିଧାୟକ କେ. ସର୍ବେଶ୍ୱର ରାଓ ଏବଂ ପୂର୍ବତନ ବିଧାୟକ ଶିଭିରି ସୋମାଙ୍କୁ ମାଓବାଦୀମାନେ ଗତକାଲି ମଧ୍ୟାହ୍ନରେ ଗୁଳି କରି ହତ୍ୟା କରିଛନ୍ତି। ଡୁମ୍ବୁରିଗୁଡା ମଣ୍ଡଳ ଲିଭିରିପୁଟ୍ଟୁ ନିକଟରେ ୫୦ରୁ ଅଧିକ ମାଓବାଦୀ ଏହି ହତ୍ୟାକାଣ୍ଡ କରିଛନ୍ତି। ଏହି ହତ୍ୟାକାଣ୍ଡରେ ଆନ୍ଧ୍ର-ଓଡ଼ିଶା ବର୍ଡର ଜୋନାଲ କମିଟିର ହାତ ଥିବା ସନ୍ଦେହ କରାଯାଉଛି। ମାଓବାଦୀଙ୍କ ମହିଳା ଗୋଷ୍ଠୀ ଏହି ହତ୍ୟାକାଣ୍ଡର ନେତୃତ୍ୱ ନେଇଥିଲା ବେଳେ ଟପ ମାଓ ନେତା ରାମକ୍ରିଷ୍ଣା ଏହାର ମାଷ୍ଟର ମାଇଣ୍ଡ ବୋଲି ଅନୁମାନ କରାଯାଉଛି। ତେଣୁ ଏହା ପୁଲିସର ଚିନ୍ତା ବଢାଇ ଦେଇଛି। ହତ୍ୟାକାଣ୍ଡ ପରେ ଆନ୍ଧ୍ର ପୁଲିସ କମ୍ବିଂ ଅପରେସନ ଆରମ୍ଭ କରି ଦେଇଥିବାରୁ ମାଓବାଦୀମାନେ ଓଡ଼ିଶା ମୁହାଁ ହେବାର ଆଶଙ୍କା ରହିଛି।

publive-imageସୀମାନ୍ତରେ ଥିବା ପାଡୁଆ, ନନ୍ଦପୁର, ପଟାଙ୍ଗୀ ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରି ପାରନ୍ତି। ଆତ୍ମଗୋପନ ପାଇଁ ଏଠାରେ ଘଂଚ ଜଙ୍ଗଲ ରହିଥିବାରୁ ମାଓବାଦୀମାନେ ନିରାପଦ ସ୍ଥାନ ବୋଲି ଭାବୁଛନ୍ତି। ଆଗରୁ ମଧ୍ୟ ମାଓବାଦୀମାନେ ବଡ ଧରଣର କାଣ୍ଡ ଭିଆଇବା ପରେ ଓଡ଼ିଶା ଆସିଥିବାର ପ୍ରମାଣ ରହିଛି। ତେଣୁ ସତର୍କ ହୋଇଯାଇଛି ଓଡ଼ିଶା ପୁଲିସ। ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବିଭିନ୍ନ ପୋଷ୍ଟକୁ ଆଲର୍ଟ କରାଯିବା ସହ କମ୍ବିଂକୁ ବଢାଇ ଦିଆଯାଇଛି।  କୋରାପୁଟ ଏସପି ଡ.କନଓ୍ଵର ବିଶାଳ ସିଂହ ଏଥିନେଇ ଗଣମାଧ୍ୟମକୁ କହିଛନ୍ତି ଯେ, ପଡ଼ୋଶୀ ଆନ୍ଧ୍ରରେ ଆକ୍ରମଣ ପରେ ମାଓବାଦୀ ଓଡ଼ିଶା ମୁହାଁ ହେବାର ଆଶଙ୍କା ରହିଛି। ଏଥିପାଇଁ ସୀମାନ୍ତ ଅଂଚଳରେ ହାଇ ଆଲର୍ଟ ଜାରି କରାଯାଇଛି। କମ୍ବିଂ ଚାଲିଥିଲା ବେଳେ ବିଭିନ୍ନ ସୁରକ୍ଷା ବଳକୁ ସଜାଗ ରହିବାକୁ କୁହାଯାଇଛି ବୋଲି ଏସପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe