ବାଂଲାଦେଶରେ ବ୍ୟାପକ ଅରାଜକତା, ହିଂସାକାଣ୍ଡ ଜାରି । ସୀମା ଏବଂ ସମୁଦ୍ରପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ

Advertisment
ବାଂଲାଦେଶରେ ବ୍ୟାପକ ଅରାଜକତା, ହିଂସାକାଣ୍ଡ ଜାରି । ସୀମା ଏବଂ ସମୁଦ୍ରପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ

କନକ ବ୍ୟୁରୋ: ବାଂଲାଦେଶରେ ବ୍ୟାପକ ଅରାଜକତା, ହିଂସାକାଣ୍ଡ ଜାରି ରହିଛି। ଏପରି ସମୟରେ ଭାରତ ବାଂଲାଦେଶ ସୀମା ଏବଂ ସମୁଦ୍ର ପଥରେ ଭାରତ ସରକାରଙ୍କ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳରେ ପୋଲିସ ପକ୍ଷରୁ ସୁରକ୍ଷା ଗ୍ରହଣ କରାଯାଇଛି । ପୁରୀରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ପୁରୀ ଜିଲ୍ଲା ସମୁଦ୍ରତଟରେ ଥିବାରୁ ଅନୁପ୍ରବେଶ ଘଟଣା ଆଶଙ୍କାକୁ ନେଇ କୋଷ୍ଟ ଗାର୍ଡ ସହ ପୁରୀ ମେରାଇନ୍ ପୋଲିସ ନିୟମିତ ପାଟ୍ରୋଲିଂ କରୁଛି। ସୁରକ୍ଷା ପାଇଁ ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପୁରୀ ଏସପି କହିଛନ୍ତି। ପୁରୀ ଜିଲ୍ଲାରେ ଚାରୋଟି ମେରାଇନ୍ ଥାନା ଥିବାବେଳେ ଆବଶ୍ୟକ ସଂଖ୍ୟକ କର୍ମଚାରୀ,  ଅତ୍ୟାଧୁନିକ ବୋଟ୍ ଓ ଆବଶ୍ୟକୀୟ ସରଞ୍ଜାମ ନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe