ମୁମ୍ବାଇରେ ହୋଇପାରେ ବଢଧରଣର ଆତଙ୍କବାଦୀ ଆକ୍ରମଣ , ପୋଲିସ ଜାରିକଲା ସତର୍କ ସୂଚନା । ଡ୍ରୋନ ଉଡାଇବା ସହ ଏହିସବୁ କାମ ଉପରେ ଲଗାଇଲା ପ୍ରତିବନ୍ଧକ ….

411

କନକ ବ୍ୟୁରୋ : ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ଦେଇଛି ଗୁଇନ୍ଦା ସଂସ୍ଥା । ଏନେଇ ଭିଆଇପି ଅଞ୍ଚଳ ସହିତ ଭିଡ ସ୍ଥାନ ମାନଙ୍କରେ ସୁରକ୍ଷାକୁ କଡା କଡି କରାଯାଇଛି ।
ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ଆଶଂକା କରାଯାଇଛି । ରିମୋର୍ଟ କଣ୍ଟ୍ରୋଲ ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ, ଏରିଏଲ ମିଶାଇଲ, କିମ୍ବା ପରା ଗ୍ଲିଡର୍ସ ଦ୍ୱାରା ଆକ୍ରମଣ ହୋଇପାରେ ବୋଲି ଭାରତୀୟ ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଚଳିତ ମାସ ପାର୍ବଣର ମାସ ଚାଲୁଥିବାରୁ ବିଭିନ୍ନ ସ୍ଥାନ ମାନଙ୍କରେ ଲୋକମାନଙ୍କ ଭିଡ ଦେଖିବାକୁ ମିଳୁଛି । ଏନେଇ ଭିଡ ସ୍ଥାନ କିମ୍ବା କିଛି ଭିଆଇପି ଅଞ୍ଚଳକୁ ଟାର୍ଗେଟ କରିପାରନ୍ତି ଆତଙ୍କବାଦୀ । ଏଥିପାଇଁ ସୁରକ୍ଷା ବିଭାଗ ତରଫରୁ ଡ୍ରୋନ ଉଡାଇବା, ଲାଇଟ୍ ଏୟାରକ୍ରାଫ୍ଟ,, ପାରା ସ୍ଲାଇଡିଂ ଉପରେ ରୋକ୍ ଲଗାଇଛି ମୁମ୍ବାଇ ପୋଲିସ । ଏହି ପ୍ରତିବନ୍ଧକ ୩୦ ଅକ୍ଟୋବରରୁ ୨୮ ନଭେମ୍ବର ଯାଏଁ ଲଗାଯାଇଛି । ଏହା ସହ ପୁରା ସହରରେ ୧୪୪ ଧାରା ଜାରି କରାଯାଇଛି ।
ଗୁଇନ୍ଦା ବିଭାଗ ଅନୁମାନ କରିଛି କି ଆତଙ୍କବାଦୀ ମାନେ ସାର୍ବଜନୀନ ସଂପତ୍ତିକୁ ଟାର୍ଗେଟ କରୁଛନ୍ତି । ଗୁଇନ୍ଦା ବିଭାଗର ଚିଠି ପରେ ମୁମ୍ବାଇରେ ସମସ୍ତ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛି ସୁରକ୍ଷା ବିଭାଗ । ଏହା ସହ ସୁରକ୍ଷା ବାହିନୀ ଲଗାଇଥିବା କଟକଣାକୁ ଉଲଙ୍ଘନ କଲେ ଆଇପିସି ୧୬୮୦ ଧାରା ୧୮୮ ଅନୁସାରେ ଉଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।