ଜୱାହିିରିଙ୍କ ମୃତ୍ୟୁ ପରେ ହାଇଆଲର୍ଟ। ନାଗରିକକୁ ସର୍ତକ ରହିବାକୁ ଆମେରିକାର ପରାମର୍ଶ।

161

କନକ ବ୍ୟୁରୋ: ଅଲ କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିର ମୃତ୍ୟୁ ପରେ ହାଇ ଆର୍ଲଟରେ ଆମେରିକା । ସାରା ବିଶ୍ୱରେ ବିଭିନ୍ନ ଦେଶରେ ରହୁଥିବା ଆମେରିକାର ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ଆମେରିକା । ଜାୱାହିରିଙ୍କ ମୃତ୍ୟୁ ପରେ ଅଲ କାଏଦାର ସମର୍ଥକ ଏବଂ ଏହି ସଙ୍ଗଠନ ସହ ଜଡିତ ଅନ୍ୟ ଆତଙ୍କୀ ସଙ୍ଗଠନଗୁଡିକ ଆମେରିକାର ଅନୁଷ୍ଠାନ, ଅଧିକାରୀ ତଥା ନାଗରିକମାନଙ୍କ ଉପରେ ଆକ୍ରମଣ କରିବାର ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ଯାତାୟତ ବେଳେ ସତର୍କତା ଅବଲମ୍ବନ କରିବାକୁ ନାଗରିକଙ୍କ ପରାମର୍ଶ ଦେଇଛି ଆମେରିକା । ଗତ ଜୁଲାଇ ୩୧ରେ କୁଖ୍ୟାତ୍ ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କ ଉତ୍ତରାଧିକାରୀ କୁହାଯାଉଥିବା ଆୟମାନ ଅଲ-ଜାୱାହିରିଙ୍କୁ ଡ୍ରୋନ୍ ଆକ୍ରମଣ କରି ହତ୍ୟା କରିଥିଲା ଆମେରିକା ସେନା ।

ଆତଙ୍କବାଦୀ ଜାୱାହିରିଙ୍କ ସମ୍ପର୍କରେ ସୂଚନା ଦେଲେ ୧୯୬ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ଆମେରିକା ଘୋଷଣା କରିଥିଲେ ମଧ୍ୟ ତାଲିବାନ ସରକାର ଭୟରେ ଲୋକେ ମୁହଁ ଖୋଲୁନଥିଲେ । ଆଉ ଏବେ ଜାୱାହିରିଙ୍କ ମୃତ୍ୟ ଖବର ଉପରେ ଲୋକେ କଥା ହେବାକୁ ଭୟ କରୁଛନ୍ତି । କିନ୍ତୁ ଆତଙ୍କବାଦୀ ଜାୱାହିରି ରହୁଥିବା ସେରପୁର ଅଞ୍ଚଳର ଜଣେ ବାସିନ୍ଦା କହିଛନ୍ତି, ସେ ଜାୱାହିରି ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ପୂର୍ବରୁ ସୂଚନା ପାଇଥିଲେ । କିନ୍ତୁ ସେ ଜାୱାହିରି ବୋଲି ଜାଣିନଥିଲେ । ଆକ୍ରମଣ ପରେ ଟିଭି ଦେଖିବାରୁ ସେ ଅଲ କାଏଦାର ମୁଖ୍ୟ ଆୟମାନ ଅଲ-ଜାୱାହିର ବୋଲି ଜାଣିଥିଲେ ।