ନିର୍ବାଚନ ପାଇଁ ୧୫ ମାଓ ଉପଦ୍ରୁତ ଜିଲ୍ଲାରେ ହାଇଆଲର୍ଟ ! ସୁରକ୍ଷା ପ୍ରତି ସଜାଗ ରହିବା ପାଇଁ ଏସପିଙ୍କୁ ନିର୍ଦ୍ଦେଶ

Advertisment
ନିର୍ବାଚନ ପାଇଁ ୧୫ ମାଓ ଉପଦ୍ରୁତ ଜିଲ୍ଲାରେ ହାଇଆଲର୍ଟ ! ସୁରକ୍ଷା ପ୍ରତି ସଜାଗ ରହିବା ପାଇଁ ଏସପିଙ୍କୁ ନିର୍ଦ୍ଦେଶ
କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ଛତିଶଗଡ଼ରେ ମାଓ ହି˚ସା ଘଟିବା ପରେ ଓଡ଼ିଶାରେ ହାଇ ଆଲର୍ଟ ଜାରି କରାଯାଇଛି। ଓଡ଼ିଶାର ୧୫ ମାଓ ଉପଦ୍ରୁତ ଜିଲ୍ଲାରେ ଏସପିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାର୍ଥୀମାନେ ରାତିରେ ମାଓବାଦୀ ସକ୍ରିୟ ଥିବା ଅଞ୍ଚଳକୁ ପ୍ରଚାର ପାଇଁ ନଯିବାକୁ ପରାମର୍ଶ ଦିଆଯାଇଛି। ଦିନ ସମୟରେ ପ୍ରଚାରକୁ ଯିବା ପୂର୍ବରୁ ଏ ସ˚କ୍ରାନ୍ତରେ ପୁଲିସକୁ ଅବଗତ କରାଇବାକୁ ପୁଲିସ ଡିଜି ବିଜୟ ଶର୍ମା ପରାମର୍ଶ ଦେଇଛନ୍ତି। ମାଓ ଉପଦ୍ରୁତ ଅଞ୍ଚଳରେ ପ୍ରଚାର କଲା ବେଳେ ପୁଲିସ ବିଭାଗ ପକ୍ଷରୁ ସେମାନଙ୍କୁ ଆବଶ୍ୟକୀୟ ଫୋର୍ସ ଯୋଗାଇ ଦିଆଯିବ। ରେଞ୍ଜ ଆଇଜି/ଡିଆଇଜି ଓ ଜିଲ୍ଲା ଏସପି ସ୍ତରର ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଜରୁରୀ ବୈଠକ ଆୟୋଜନ କରାଯିବାକୁ ଯୋଜନା କରାଯାଇଛି।
publive-imageସେ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ବରିଷ୍ଠ ପୁଲିସ ଅଫିସର ସୁରକ୍ଷା ବ୍ୟବସ୍ଥାର ପରିଚାଳନା କରିବେ। ଆର୍ମଡ ପୁଲିସ ଏବ˚ ସେଣ୍ଟ୍ରାଲ ଆର୍ମଡ ପୁଲିସ ମିଳିତ ଭାବେ କାର୍ଯ୍ୟ କରିବେ। ଲୋକେ ଯେଭଳି ଭୟଭିତ ନହୋଇ ଅବାଧ ଓ ନିରପେକ୍ଷ ଭାବେ ନିଜର ମତ ସାବ୍ୟସ୍ତ କରିବେ, ସେଥିପ୍ରତି ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ ଶର୍ମା କହିଛନ୍ତି। ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୯୨ କମ୍ପାନି କେନ୍ଦ୍ରୀୟ ଫୋର୍ସ ରାଜ୍ୟରେ ମୁତୟନ କରାଯାଇଥିବା ବେଳେ ପରେ ସ˚ଖ୍ୟା ବୃଦ୍ଧି ଘଟିବ। ଚଳିତ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖାଯାଇ ବିଏସ୍ଏଫ୍ ଏବ˚ ସିଆରପିଏଫ ଭଳି କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଥିବା ପୁଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe