ସୁଧୁରିବ ନାହିଁ ପାକିସ୍ତାନ  ! ଡ୍ରୋନ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର, ସୀମାରେ ରେଡ ଆଲର୍ଟ ଜାରି

ପାକିସ୍ତାନ ଡ୍ରୋନ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର । ପଞ୍ଜାବରେ ପାକିସ୍ତାନ ଦ୍ୱାରା ଚାଇନିଜ୍ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ପଠାଯିବା ଘଟଣା ସାମନାକୁ ଆସିବା ପରେ ସୀମାରେ ରେଡ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରୀୟ ଆର୍ମି ଓ ବିଏସଏଫକୁ ଭାରତ-ପାକ୍ ସୀମା ଓ ନିୟନ୍ତ୍ରଣ ରେଖାରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି

1,042

କନକ ବ୍ୟୁରୋ : ପାକିସ୍ତାନ ଡ୍ରୋନ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର । ପଞ୍ଜାବରେ ପାକିସ୍ତାନ ଦ୍ୱାରା ଚାଇନିଜ୍ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ପଠାଯିବା ଘଟଣା ସାମନାକୁ ଆସିବା ପରେ ସୀମାରେ ରେଡ ଆଲର୍ଟ ଜାରି କରାଯାଇଛି । କେନ୍ଦ୍ରୀୟ ଆର୍ମି ଓ ବିଏସଏଫକୁ ଭାରତ-ପାକ୍ ସୀମା ଓ ନିୟନ୍ତ୍ରଣ ରେଖାରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆକାଶ ମାର୍ଗ ଦେଇ ସୀମାରେ ଯେପରି କୌଣସି ପ୍ରକାର ଅନୁପ୍ରବେଶ ହୋଇ ନପାରେ ତା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଅନ୍ତରାଷ୍ଟ୍ରୀୟ ସୀମାରେ କୌଣସି ଡ୍ରୋନ ନଜର ଆସିଲେ ଗୁଳି କରି ଖସାଇ ଦେବାକୁ ଆଦେଶ ଦିଆଯାଇଛି । ଏହା ବ୍ୟତୀତ ସେନା କୁପୱାଡା, ବାରମୁଲା, ପୁଂଚ ଓ ରାଜୌରୀର ସୀମାବର୍ତି ଅଂଚଳରେ ପାଟ୍ରୋଲିଂକୁ ବଢ଼ାଇ ଦିଆଯାଇଛି ।

source : TheHindu

ପଞ୍ଜାବର ଖଲିସ୍ତାନୀ ଆତଙ୍କୀ ମୋଡେଲର ଖୁଲାସା ହେବା ପରେ ଡ୍ରୋନ ଜରିଆରେ ଅସ୍ତ୍ରଶସ୍ତ୍ର ଯୋଗାଣ ମାମଲା ସାମନାକୁ ଆସିଛି । ପୂର୍ବରୁ ପଞ୍ଜାବର ତରନ-ତରାନ ଜିଲ୍ଲାରେ ୪ଜଣ ଖଲିସ୍ଥାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ପାଖରୁ ବିପୁଳ ମାତ୍ରାରେ ଏକେ-୪୭ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ତଦନ୍ତରୁ ଜଣାପଡିଛି ଯେ ଜିପିଏସ-ଫିଟେଡ୍ ଡ୍ରୋନ ଜରିଆରେ ସୀମା ଆରପଟୁ ଅସ୍ତ୍ରଶସ୍ତ୍ର ଯୋଗାଣ କରାଯାଇଛି । ଜିପିଏସ୍-ଫିଟେଡ୍ ଡ୍ରୋନ ଏ ପର୍ଯ୍ୟନ୍ତ ପାକିସ୍ତାନରୁ ସାତ ଥର ଭାରତୀୟ ସୀମାରେ ଅନୁପ୍ରବେଶ କରି ସାରିଛି । ଏହା ଜରିଆରେ ପ୍ରତି ଥର ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଯାଇଛି । ଏଥିରେ ଗୋଳାବାରୁଦ ,ଜାଲ ନୋଟ୍ ମଧ୍ୟ ରହିଛି । ଏସବୁ ଖଲିସ୍ଥାନୀ ଆତଙ୍କବାଦୀଙ୍କ ନିକଟରୁ ଜବତ କରାଯାଇଛି ।