କନକ ବ୍ୟୁରୋ : ବିଜ୍ଞାନ ସହିତ ଭଗବାନଙ୍କ ସମ୍ପର୍କ ଅଛି କି? ଏ କଥା ବିଜ୍ଞାନ ପଢୁଥିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଜୁଲାଇ ୪ ଆଜି ହେଉଛି ‘ଗଡ ପାର୍ଟିକିଲ ଡେ’ । ଆଜିକୁ ଦଶ ବର୍ଷ ପୂବେ ଅର୍ଥାତ ୨୦୧୨ ଜୁଲାଇ ୪ରେ ‘ଗଡ ପାର୍ଟିକିଲ’କୁ ଆବିଷ୍କାର କରାଯାଇଥିଲା । ଏହି ‘ଗଡ ପାର୍ଟିକିଲ’କୁ ‘ହିଗ୍ସ ବୋଜନ’ ଅଣୁ ମଧ୍ୟ କୁହାଯାଏ । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ, ବିଜ୍ଞାନ ସହ ସମ୍ବନ୍ଧିତ ଏହି ଅଣୁର ନାଁ ‘ଗଡ ପାର୍ଟିକିଲ’ କାହିଁକି ରଖାଗଲା ? ଏହାକୁ ନେଇ ଦୁଇଟି କାରଣ ରହିଛି । ପ୍ରଥମ ଟି ହେଉଛି, ପୃଥିବୀର ସବୁ ବସ୍ତୁର ଓଜନ ଓ ଅସ୍ତିତ୍ୱ ଏହି ଅଣୁ ଉପରେ ନିର୍ଭର କରେ ।
ଦ୍ୱିତୀୟଟି ହେଉଛି, ୧୯୬୦ମସିହାରେ ଏହି ଅଣୁ ସମ୍ବନ୍ଧୀୟ ଏକ ବହିର ନାଁ, ‘ଦ ଗଡ ପାର୍ଟିକିଲ’ ଦିଆଯାଇଥିଲା । ଏହି ନାଁ ପଛରେ କୌଣସି ନିର୍ଦ୍ଧିଷ୍ଟ କାରଣ ନଥିଲା । ଅତିକଷ୍ଟରେ ଏହି ଅଣୁକୁ ଆବିଷ୍କାର କରାଯାଇଥିବାରୁ ଏହାକୁ ଭଗବାନଙ୍କ ନାଁରେ ନାମିତ କରାଗଲା । ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ଅଣୁ ହେଉଛି ହିଗ୍ସ ବୋଜନ । ୨୦୧୨ ଜୁଲାଇ ୪ତାରିଖରେ ଏନେଇ ଗବେଷଣା କରୁଥିବା ୟୁରୋପିଅନ ଅର୍ଗାନାଇଜେସନ ଫର ନ୍ୟୁକ୍ଲିୟର ରିସର୍ଚ ବା ସର୍ନ ପକ୍ଷରୁ ଏହି ଅଣୁ ଆବିଷ୍କାର କରାଯାଇଥିବା ନେଇ ଘୋଷଣା କରାଯାଇଥିଲା । ଏହି ଅଣୁ ସମ୍ପର୍କରେ ଗବେଷଣା କରୁଥିବା ବୈଜ୍ଞାନିକ ପିଟର ହିଗ୍ସଙ୍କୁ ୨୦୧୩ରେ ନୋବେଲ ପୁରଷ୍କାର ଦିଆଯାଇଥିଲା ।
Follow Us