କନ୍ଧମାଳରେ ସ୍ଥିତି ସଂଗୀନ: ଆଜି ୧୪୬ ଆକ୍ରାନ୍ତଙ୍କ ମଧ୍ୟରୁ କନ୍ଧମାଳରେ ସର୍ବାଧିକ ୪୮ ଆକ୍ରାନ୍ତ ଚିହ୍ନଟ; ରାଜ୍ୟରେ ୪ ହଜାର ୫୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

254

କନକ ବ୍ୟୁରୋ: ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାରେ କାୟା ବିସ୍ତାର କରୁଛି କରୋନା । ଆଜି ଜିଲ୍ଲାରେ ୪୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଂଚିଛି । ଗତକାଲି ୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୪୮ଜଣ ।

ମୋଟ ଆକ୍ରାନ୍ତଙ୍କ ଭିତରେ ୪ଜଣ କରୋନା ଯୋଦ୍ଧା ରହିଛନ୍ତି । କନ୍ଧମାଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲେ ମଧ୍ୟ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉନାହିଁ । ସାମାଜିକ ଦୂରତା ନିୟମକୁ ଅବମାନନା କରିବା ସହ ମାସ୍କ ବାଧ୍ୟତାମୂଳକ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମିଥିବା ଦେଖିବାକୁ ମିଳିଛି । ତାଲାବନ୍ଦ ସତ୍ୱେ ଶତାଧିକ ଲୋକ ଏକତ୍ରିତ ହେଉଥିବା ଚିନ୍ତାକୁ ବଢାଇ ଦେଇଛି ।

Comments are closed.