କନକ ବ୍ୟୁରୋ: ସାରା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାରେ କାୟା ବିସ୍ତାର କରୁଛି କରୋନା । ଆଜି ଜିଲ୍ଲାରେ ୪୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଂଚିଛି । ଗତକାଲି ୨୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ୪୮ଜଣ ।
ମୋଟ ଆକ୍ରାନ୍ତଙ୍କ ଭିତରେ ୪ଜଣ କରୋନା ଯୋଦ୍ଧା ରହିଛନ୍ତି । କନ୍ଧମାଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିଲେ ମଧ୍ୟ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉନାହିଁ । ସାମାଜିକ ଦୂରତା ନିୟମକୁ ଅବମାନନା କରିବା ସହ ମାସ୍କ ବାଧ୍ୟତାମୂଳକ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ବିଭିନ୍ନ ସ୍ଥାନରେ ଭୋଜିଭାତର ଆସର ଜମିଥିବା ଦେଖିବାକୁ ମିଳିଛି । ତାଲାବନ୍ଦ ସତ୍ୱେ ଶତାଧିକ ଲୋକ ଏକତ୍ରିତ ହେଉଥିବା ଚିନ୍ତାକୁ ବଢାଇ ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/23-7.jpg)