କନକ ବ୍ୟୁରୋ: ଭିତର ରତ୍ନଭଣ୍ଡାର ଭିତରେ ଆହୁରି ରତ୍ନଭଣ୍ଡାର ରହିଛି। ତା’ ଭିତରେ ମହାପ୍ରଭୁଙ୍କର ବହୁ ମୂଲ୍ୟବାନ ରତ୍ନ ଅଳଙ୍କାର ରହିଛି। ରତ୍ନଭଣ୍ଡାର ଖୋଲିବା ପରେ ଏହି ଚର୍ଚ୍ଚା ଜୋରସୋର ଚାଲିଛି। ଏହି ଚର୍ଚ୍ଚା ଭିତରେ, ରହସ୍ୟ ବଢ଼ାଇଛି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥଙ୍କ ପ୍ରତିକ୍ରିୟା। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ଜଷ୍ଟିସ୍ ରଥ କହିଛନ୍ତି, ରତ୍ନଭଣ୍ଡାର ଭିତରେ ଗୁପ୍ତଧନ ଅଛି କି ନାହିଁ ତାହାର ଯାଞ୍ଚ କରାଯିବ।
ରତ୍ନଭଣ୍ଡାରରେ ଗୁପ୍ତଧନ ରହିଥିବା ନେଇ ଅନେକ ସେବାୟତ ପୂର୍ବରୁ କହି ଆସିଛନ୍ତି। ଏପରିକି ଏକ ଗୁପ୍ତ ସୁଡଙ୍ଗ ରତ୍ନଭଣ୍ଡାରକୁ ଲାଗି ରହିଥିବାବେଳେ ଏଥିରେ ଅମୂଲ୍ୟ ରତ୍ନ ରହିଥିବା ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାରେ କେତେ ସତ୍ୟତା ରହିଛି ତାର ଅନୁସନ୍ଧାନ କରାଯିବ। ଖାଲିଥିବା ସିନ୍ଦୁକ ଓ ଆଲମାରିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଅତ୍ୟାଧୁନିକ ଜ୍ଞାନକୌଶଳ ଜରିଆରେ ଖୋଜାଯିବ ଗୁପ୍ତ ସୁଡଙ୍ଗ। ରତ୍ନଭଣ୍ଡାରର ମରାମତି ପରେ ହେବ ରତ୍ନର ଗଣତି ମଣତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/16-19.jpg)