କନକ ବ୍ୟୁରୋ : ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି । କିଏ ହେବ ବିଜେଡିର ପ୍ରାର୍ଥୀ ସେ ନେଇ ଅଙ୍କକଷା ଜାରି ରହିଛି । ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ବର୍ଷା ବରିହା ହେଉଛନ୍ତି ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ବରିହାଙ୍କ ବଡଝିଅ । ଏସବୁ ଭିତରେ ନବୀନ ନିବାସରେ ମୁଖମନ୍ତ୍ରୀଙ୍କୁ ଭେଟିଛନ୍ତି ପଦ୍ମପୁରର ବିଂଝାଲ ସମାଜ । ଉପନିର୍ବାଚନରେ ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ପତ୍ନୀ ତିଳୋତମା ବରିହାଙ୍କୁ ପ୍ରାର୍ଥୀ କରିବାକୁ ସେମାନେ ନବୀନଙ୍କୁ ଅନୁରୋଧ କରିଛନ୍ତି ।
ପଦ୍ମପୁର ଆସନ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ବର୍ଷା ବରିହାଙ୍କ ନାଁ ଏବେ ସମସ୍ତଙ୍କଠୁ ଆଗରେ ଥିବା ଶୁଣିବାକୁ ମିଳୁଛି । ଚର୍ଚ୍ଚା ହେଉଛି, ବର୍ଷାଙ୍କୁ ପ୍ରାର୍ଥୀ କରି ବିଜେଡି ମହିଳା କାର୍ଡ ଖେଳି ବିରୋଧୀଙ୍କୁ ମାତ ଦେବାକୁ ନୂଆ ରଣନୀତି କରିଛି । ବର୍ଷା ବରିହା ଦିବଙ୍ଗତ ବିଧାୟକ ବିଜୟରଞ୍ଜନ ବରିହାଙ୍କ ବଡଝିଅ । ସେହିପରି ଦିବଙ୍ଗତ ବିଧାୟକଙ୍କ ପତ୍ନୀ ପତ୍ନୀ ତିଳୋତ୍ତମା ବରିହା, ପୁତୁରା ବୋହୁ ମାଧବୀ ସିଂ ବରିହାଙ୍କ ନାଁ ମଧ୍ୟ ପ୍ରାର୍ଥୀ ଦୌଡରେ ରହିଛି ।
ସେପଟେ ଆଜି ବିପେଜି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବାର ଅଛି । ବିଜେପିରୁ ଦଳୀୟ ପ୍ରାର୍ଥୀ ଘୋଷଣା କରାଯିବା ପରେ ରବିବାର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ପ୍ରଦୀନ । ଅନ୍ୟପଟେ ଧାମନଗର ଶୈଳୀରେ ପଦ୍ମପୁରରେ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି ଦଳ । କୁହାଯାଉଛି ଖୁବ୍ ଶୀଘ୍ର ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆସି ପଦ୍ମପୁର ପାଇଁ ରଣନୀତି ପ୍ରସ୍ତୁତ କରିବେ । ଆଉ କେମିତି ଧାମନଗରର ବିଜୟଧାରାକୁ ବଜାୟ ରଖିହେବ ସେନେଇ ଦଳୀୟ ନେତା ଓ କର୍ମୀଙ୍କ ଟିପ୍ସ ଦେବେ । ଆସନ୍ତା ୧୭ତାରିଖରେ ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ସତ୍ୟଭୂଷଣ ପୁରୁଣା ଚେହେରା ହୋଇଥିବାରୁ ଦଳୀୟ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାରେ ସକ୍ଷମ ହେବେ ବୋଲି କହିଛନ୍ତି କଂଗ୍ରେସ ନେତା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/WhatsApp-Image-2022-11-13-at-11.08.08-AM.jpeg)